Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Romance

4  

Rabindra kumar Sahoo

Abstract Romance

ପ୍ରେମ ଓ ଅପେକ୍ଷା

ପ୍ରେମ ଓ ଅପେକ୍ଷା

1 min
356



  ପ୍ରେମ ଓ ଅପେକ୍ଷା

    ଦୁହେଁ ତ ଦୁହିଁଙ୍କ ମିତ

    ଅପେକ୍ଷା ନାହିଁ ତ 

     ପ୍ରେମ ହୁଏ ମିଛ

   ପ୍ରେମ ପାଇଁ ପରା 

    ପ୍ରେମିକ ପ୍ରେମିକା 

    ହୁଅନ୍ତି ଅପେକ୍ଷାରତ ।


  କବି, ପ୍ରେମିକ ଓ ଶିକାରୀ

    ତାଙ୍କ ସଫଳତା ପାଇଁ

   ଅପେକ୍ଷା ରୁହନ୍ତି ଧୈର୍ଯ୍ୟ ଧରି

   କବିତା ପାଇଁ ଲୋଡା ଅପେକ୍ଷା

    ପ୍ରେମ ପାଇଁ ଲୋଡା ଅପେକ୍ଷା

   ଶିକାର ପାଇଁ ବି ଲୋଡା ଅପେକ୍ଷା

    ଅପେକ୍ଷା ର ଫଳ ମିଠା

   ହେ ପ୍ରେମିକ ପ୍ରବର

    ଅପେକ୍ଷା ନାହିଁ ତ

    ପ୍ରେମ ପାଠ ମନୁ ଭୁଲି ଯା ।


   ପ୍ରେମ ଓ ଅପେକ୍ଷା 

   ପରସ୍ପର ପରିପୂରକ

  ଅପେକ୍ଷା ବିନା

   ପ୍ରେମ ରହିଯାଏ ହୋଇ ଅଧା 

  ଏ କଥା ମନେ ରଖ ପ୍ରେମିକା ପ୍ରେମିକ 

 ଅପେକ୍ଷା ର ମାନେ ଧୈର୍ଯ୍ୟ ର ପରୀକ୍ଷା

   ଭଲ ପାଇବାର ଅଗ୍ନି ପରୀକ୍ଷା

   ଜୀବନ ନିଏ ସେ ଜୀବନ ଦିଏ ସେ

   ହାରିଲେ ଶହୀଦ ଜିତିଲେ

   ପିନ୍ଧନ୍ତି ପ୍ରେମିକ ପ୍ରେମିକା

   ବିଜୟ ର ଟୀକା

   ପ୍ରେମ ଏକ ଜୀବନ ର ଯୁଦ୍ଧ

   ଅପେକ୍ଷା ତା'ର ସାଧନା 

   ସେ ପ୍ରେମ କୁ କରେ ଯୁଗ ଯୁଗକୁ ସିଦ୍ଧ ।


   ପ୍ରେମ ପାଇଁ ଅପେକ୍ଷା

   ଅପେକ୍ଷା ପାଇଁ ପ୍ରେମ

   ଦୁହେଁ ଦୁହିଁଙ୍କ ପାଇଁ ଏକାନ୍ତ କାମ୍ୟ

    ସେ ଗହନ ଘରର ବିଦ୍ୟା

     ଦୁଇ ହୃଦୟର ମିଳନେ ବନ୍ଧା

   ଜୀଇଁବା ର ଏକ ଅଦୃଶ୍ୟ ଭାଷା

   ପ୍ରେମ ଏକ ଜୀବନ ଜୀବିକା ର ପରିଭାଷା

    ସମାଜ ପରିବାରର ବିକାଶ ର ଆଶା

  ସେ ଶାନ୍ତି ମୁକ୍ତି ମୈତ୍ରୀ ର 

     ଆଲୋକ, ଆଶା ଓ ଆକାଂକ୍ଷା

    ସେ ଶାଶ୍ଵତ ଚିରନ୍ତନ

    ସେ ଅଜୟ ଅକ୍ଷୟ

    ପ୍ରେମ ପ୍ରାପ୍ତି ପାଇଁ ଯୁଗ ଯୁଗ ଧରି

     ମୁନି, ଋଷି, କିନ୍ନର, ଗନ୍ଧର୍ବ ଓ ଦେବ

     କେତେ କେତେ କରିଛନ୍ତି ପ୍ରତୀକ୍ଷା

    ଏ ନିୟତି ର ଖେଳ

     ବିଶ୍ଵ ନିୟନ୍ତା ରଚିଛନ୍ତି

     ପ୍ରେମ ପାଇଁ ଅପେକ୍ଷା

     ଦୁଇଟି ଶଦ୍ଦ ନୁହେଁ ଏ କେବଳ

      ଏ ପ୍ରେମ ଓ ଅପେକ୍ଷା ।


     


Rate this content
Log in

Similar oriya poem from Abstract