STORYMIRROR

Bijoy Jena

Romance Inspirational

4  

Bijoy Jena

Romance Inspirational

ମଳୟ ପରଶେ

ମଳୟ ପରଶେ

1 min
277


ମନ୍ଦ ମନ୍ଦ ହୋଇ ମଳୟ ପବନ

       କହି କହି ଯାଏ କାନେ

ଆମ୍ବ ଗଛେ ଏବେ ପେନ୍ଥା ବଉଳ ଲୋ

       କୋଇଲିର କୁହୂ ତାନେ।


ମଳୟ ପରଶେ ରୋଗ ଦୂର ହୁଏ

        ଦେହ ମନ ଶିହରିତ

ଚନ୍ଦନ ଗଛର ବାସନା ଚହଟି 

        ମଳୟ ରେ ସୁବାସିତ।


ମଳୟ କୁ ନେଇ କେତେ କେତେ କାବ୍ୟ

        କବିତା ହୋଇଛି ଲେଖା

ପ୍ରେମିକ ପ୍ରେମିକା କେଡେ ଅନ୍ତରଙ୍ଗ

        ମିଳନର ମଧୁ ଯୋଖା।


ପ୍ରୀତି ସୋହାଗକୁ ବାଣ୍ଟି ବାଣ୍ଟି ଯାଏ

        ଧୀର ମଳୟ ପବନ

ପ୍ରକୃତି ଦିଶୁଛି କି ସୁନ୍ଦର ଆହା

         ଶାନ୍ତ ପଡ଼ିଲାଣି ମନ।


ପ୍ରକୃତି ରହିଲେ ମଳୟ ବହିବ

         ଦେହ ଥିଲେ ସ୍ପର୍ଶ ଅଛି

ଆସ ସଜାଡ଼ିବା ଆମ ପରିବେଶ

        ମଳୟ ରେ ପ୍ରେମ ବାଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance