STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ସରସ୍ଵତୀ ବନ୍ଦନା

ସରସ୍ଵତୀ ବନ୍ଦନା

1 min
233

ଆସ ଗୋ ଜନନୀ ! ବିଦ୍ୟା ପ୍ରଦାୟିନୀ !

ଆଜିର ଏ ଶୁଭ ଦିନେ,

ଅପସରି ଯାଉ ଅଜ୍ଞାନ-ଜଡତା

ତୁମରି କରୁଣା ଦାନେ ।୧।

ଘୋର ଅନ୍ଧାରରେ ବସିଅଛୁ ମାଆ !

ତୁମରି କରୁଣା ବିନା,

ଜ୍ଞାନାଲୋକ ଟିକେ ଦିଅ ହେ ଜନନୀ !

ଜଗାଇଦିଅ ଚେତନା ।୨।

ତୁମ କୃପା ବିନା - ଧିକ୍ ଏ ଜୀବନ

ତୁଚ୍ଛ ସକଳ ଗୁଣ,

ବରଦା !, ଶାରଦା ! ଦିଅ କୃପା ବାରି

ପୂର୍ଣ୍ଣ ହେଉ ଏ ପ୍ରାଣ ।୩।

ବାଜି ଉଠୁ ବୀଣା - ଜ୍ଞାନର ସଙ୍ଗୀତ

ସଞ୍ଚରିଯାଉ ହେ ମାତା !,

ସକଳ ଅବିଦ୍ୟା ନାଶ ହେ ଜନନୀ !

ତୁଟିଯାଉ ଏ ଜଡତା ।୪।

ଜ୍ଞାନଗୁଣେ ଶ୍ରେଷ୍ଠ ହେଉ ମୋର ଦେଶ

ପୂରୁବ ଗୈାରବ ଫେରୁ ,

ବିଶ୍ଵକୁ ଆଲୋକ ଦେଖାଉ ଭାରତ

ସଭିଙ୍କର ହେଉ ଗୁରୁ ।୫।

ଜ୍ଞାନ ଗାରିମାର ଆଶିଷ ଦିଅମା !

ତୁଟିଯାଉ ସବୁ ଭ୍ରାନ୍ତି,

"ଭାରତୀ"ଙ୍କ ବୀଣା ଭାରତରେ ବାଜୁ

ଭରିଯାଉ ସୁଖ, ଶାନ୍ତି ।୬।

କୋଟିଏ ପ୍ରଣାମ ଶ୍ରୀ ଚରଣେ ମାତ

ଏତିକି କରୁଣା ହେଉ,

ସାରା ବିଶ୍ବରେ ମୋ ଦେଶର ଯଶ

କାଳ କାଳ ପାଇଁ ଥାଉ ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract