STORYMIRROR

Nrusingha Narayan Tripathy

Romance Others

4  

Nrusingha Narayan Tripathy

Romance Others

ପ୍ରେମ ବନ୍ଧନ

ପ୍ରେମ ବନ୍ଧନ

1 min
253


ସ୍ନେହ ମମତା ର  ଆବେଗ ଆଦର 

ଅତୁଟ ଅଜଣା ପ୍ରେମ

ଜନ୍ମରୁ ମରଣ  ବିଶ୍ୱାସ ବନ୍ଧନ

ବଞ୍ଚିବାର ଅନ୍ୟନାମ ll


ସ୍ୱାର୍ଥ କାମ ଲୋଭ ଅପାର୍ଥିବ ଭୋଗ

ଅର୍ଥ ବିଳାସ ଜୀବନ

କରେ ଆକର୍ଷଣ ମୋହ ମାୟା ଜାଣ

କାରଣ ପ୍ରେମ ବନ୍ଧନ ll


ଜୀବନ ଯୌବନ କ୍ଷଣେ କ୍ଷଣେ ଆନ

ମହା ପୁଣ୍ୟ ପ୍ରଭୁ ପ୍ରେମ 

ମନ ସନ୍ତୋଷିତ ସଦା ଆନନ୍ଦିତ

ମୁକ୍ତି ପଥ ହେଉ କାମ୍ୟ ll


ପ୍ରେମ ଦେଶ ପ୍ରୀତି ଜୀବନ ଆହୂତି

ଭାତୃତ୍ୱର ନିଦର୍ଶନ

ଭାଷା ଜାତି ପ୍ରେମ ସାର୍ଥକ ଜୀବନ 

ନର ସେବା ନାରାୟଣ ll


ଜନ୍ମ ସମୟରେ  ବାତ୍ସଲ୍ୟ ପ୍ରେମରେ

ଶିଶୁ ମଣେ ନିରାପଦ

ବିକାଶ ବୃଦ୍ଧିରେ ଦୃଢ ସମ୍ପର୍କରେ

ପାଇଥାଏ ଆଶୀର୍ବାଦ ll


ଯୌବନ ଉନ୍ମାଦ  ପ୍ରେମରେ ପ୍ରମାଦ

ଦେହ ସୁଖ ମନ ଝୁରେ

ଶାଶ୍ୱତ ପ୍ରେମର ସମ୍ପର୍କ ନିବିଡ଼

ଜୀବ ସୃଷ୍ଟି ସଂସାରରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance