STORYMIRROR

LALIT MOHAN DASH

Romance

4  

LALIT MOHAN DASH

Romance

ଆଜି ବି ଖୋଜୁଛି ପ୍ରେମର ସଂଜ୍ଞା

ଆଜି ବି ଖୋଜୁଛି ପ୍ରେମର ସଂଜ୍ଞା

1 min
333


ତୁମେ ଦେଇଥିବା ପ୍ରତିଟି ଗୋଲାପ

ଆଜି ବି ରହିଛି ସାଇତା ହୋଇ,

ମୋ ପ୍ରେମର ଡାଏରୀରେ

ଗୋଲାପି ଚିଠିରେ ଯୋଖି ହୋଇ।


ମୁଁ କେଡେ ବୋକି ଥିଲି ସତେ

ସତ ବୋଲି ଭାବି ନେଇଥିଲି

ତୁମର ସେ ମିଛିମିଛିକା ପ୍ରେମକୁ,

ହଜିଯାଇଥିଲି କେଉଁ ଦୁନିଆଁରେ

ତୁମର ସେ ମିଠା କଥାର ସମ୍ମୋହନରେ

ସମର୍ପି ଦେଇଥିଲି ନିଜକୁ।


ଜାଣି ମୁଁ ନଥିଲି ତୁମ ପାଇଁ ପ୍ରେମର ମାନେ

ଶରୀରର ଉପଭୋଗ ବୋଲି ,

ତୁମେ ମୋ ପ୍ରେମର ଦେବତା ଭାବି 

ତଥାପି ବାଧା ତ ଦେଇ ନଥିଲି।


ତୁମେ ଥିଲ ମୋର ପ୍ରଥମ ପ୍ରେମ

ଆଉ ଶେଷ ପ୍ରେମ ବି ତୁମେ,

ହେଲେ ତୁମ ପ୍ରେମ ପାନ୍ଥଶାଳାର

ମୁଁ କେତେ ନମ୍ବର ପ୍ରେମିକା

ଆଜି ବି ଅଜଣା ତାହା।


ବାକ୍ୟ ମିଶୁଥିବ ମନ ମିଶୁଥିବ

ଠିକ୍ ଥିବ ସବୁ ତେବେ,

କାୟ ମିଶିଗଲେ ପ୍ରେମ ନଗରୀରେ

ଧୋକା ସବୁ ଦେଇଦେବେ।


ଜାଣିଛି ମୁଁ ତୁମେ ଏଇ ମୋ ଜୀବନେ

ଫେରିବନି ଆଉ କେବେ,

ତୁମ ସେ ଗୋଲାପ ଦେଖିଦେଲେ କାହିଁ

ତୁମ କଥା ବସି ଭାବେ।


ଅଭୁଲା ସେ ସ୍ମୃତି ରଖିଛି ସାଇତି

ଏଇ ମୋ ହୃଦୟ କାନ୍ଥେ,

ଯେତେ ଚାହିଁଲେ ବି ଫୋପାଡି ଦେବାକୁ

ଫେରି ଆସେ ଆପେ ଆପେ।


ଆଜି ବି ଖୋଜୁଛି ପ୍ରେମର ସଂଜ୍ଞା

ପାଇବି କେବେ ଜାଣେନା,

ସତ୍ୟ, ଶାଶ୍ଵତ, ଚିରନ୍ତନ ଅବା

ପ୍ରତାରଣା କି ଛଳନା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance