STORYMIRROR

Nrusingha Narayan Tripathy

Romance Others

4  

Nrusingha Narayan Tripathy

Romance Others

ପ୍ରେମ ଫଳ

ପ୍ରେମ ଫଳ

1 min
314


ପ୍ରେମ ଫଳ ମିଠା ଅବା ସଦା ଖଟା 

ପ୍ରେମ ପାଇଥାଏ ବ୍ୟଥା

ଶାଶ୍ୱତ ଭୌତିକ ପ୍ରେମ ଯେ କୌତୁକ 

ସାଜି ସାମାଜିକ ପ୍ରଥା ll


ପ୍ରେମ କୃଷ୍ଣ ରାଧା ପରା ମନଲୋଭା 

ରାଧା ରାଣୀ ଝୁରି ମରେ

ଶ୍ରୀକୃଷ୍ଣ ବୁଝେନା ରାଧାର ଭାବନା

ବିରହେ ଜୀବନ ସାରେ ll


ରାମ ସୀତା ପ୍ରେମ ଅତୁଟ ବନ୍ଧନ

ସନ୍ଦେହରେ ପଶ୍ଚାତାପ

ବସୁଧା ଫାଟିଲା ସୀତା ପ୍ରାଣ ଗଲା

ସତୀତ୍ଵର ମହା କୋପ ll


ସାବିତ୍ରୀ ଜୀବନ ପ୍ରେମରେ ମହାନ

ମୃତ ସ୍ୱାମୀ ପାଏ ପ୍ରାଣ

ଧନ୍ୟ ସତ୍ୟବାନ ଧନ୍ୟ ଜନ୍ତୁରାଣ

ପ୍ରେମ ପାଇଁ ମହୀୟାନ ll


ଅଶୋକ ରାଜନ ଚଣ୍ଡାଶୋକ ଜାଣ

ପ୍ରେମ ପାଇଁ ଯୁଦ୍ଧ କଲେ 

କଳିଙ୍ଗର ବୀର ଚିହ୍ନ ଧଉଳିର

ଧର୍ମାଶୋକ ହୋଇଥିଲେ ll


ପୃଥ୍ୱୀରାଜ ବୀର ପ୍ରେମ ସଂଯୁକ୍ତାର

ମୁକସାକ୍ଷୀ ଇତିହାସ

ଯୁଦ୍ଧ ବିଭୀଷିକା ଧନ ଜନ ହତ୍ୟା

ପ୍ରେମ କରେ ସର୍ବନାଶ ll


ଶହେ ବରଷର ହେଲା ସଂଗ୍ରାମର

ପ୍ରେମ ପାଇଁ ଶତ୍ରୁ ବୃଦ୍ଧି

ବିଶ୍ୱ ଇତିହାସ ଦେଖିଲା ସେ ଧ୍ବଂସ

ପ୍ରେମ ହରେ ବୁଦ୍ଧି ଶୁଦ୍ଧି ll


ସନ୍ଥ ମୁନି ଋଷି  ଦେଖିକି ତନୁଶ୍ରୀ

ବନିତା ପ୍ରେମେ ପାଗଳ

ଛାର ଏ ପୁରୁଷ  ହୁଏ ମୋହ ଗ୍ରସ୍ତ

ଦେଖି ରୂପ ନାରୀ ଛଳ ll


ଏବେ ନାରୀ ନୁହେଁ  ଅବଳା ଦୁର୍ବଳା

ସ୍ୱାର୍ଥ ପାଇଁ ପ୍ରେମ କରେ

ପ୍ରେମେ କପଟତା ପ୍ରିୟ ଅଶୀଳତା

ସଚ୍ଚା ପ୍ରେମୀ କାନ୍ଦି ମରେ ll


ପାଶ୍ଚାତ୍ୟ ଦେଶର ଉଛୁଳା ପ୍ରେମର

ନାଟକ ଅଢେଇ ଦିନ 

ଗୋଲାପ ପ୍ରପୋଜ ଟେଡି ଚକୋଲେଟ 

ପ୍ରେମ ପାଇଁ ନିବେଦନ ll


ପ୍ରତି ବର୍ଷ ସେଠି  ପ୍ରେମ ଲାଗି ସାଥି

ମୁଲଚାଲ ବଜାରରେ

ଭୁଲିକି ସଂସ୍କୃତି ପ୍ରେମେ ଆମେ ମାତି

ଲୋକହସା ସଂସାରରେ ll


ଲୁଚି ଛପି ପ୍ରେମ କରିବାରେ ମନ

ଏବେକାର ପାଣିପାଗ

ହତ୍ୟା ବଳାତ୍କାର ଚରିତ୍ର ସଂହାର

ପାଇବାକୁ କାମ ଭୋଗ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance