STORYMIRROR

Banasmita Moharana

Romance Others

4  

Banasmita Moharana

Romance Others

ଧରିନିଅ ହାତ ମୋର

ଧରିନିଅ ହାତ ମୋର

1 min
276

ପ୍ରେମର ମାସରେ ପ୍ରେମର ଦିନରେ,

ମନେ ପଡେ ଭାରି ତୁମ କଥା।

ଖୁବ୍ ହସିଥିଲି ଦିନେ,

ଶୁଣେଇଥିଲ ଯେବେ ହୃଦୟର ଗାଥା।

କଣ ଦେବ ମୋତେ ପଚାରିଥିଲି ତାତ୍ସଲ୍ୟ ଭରା ପ୍ରଶ୍ନ,

କଣ ଚାହଁ ବୋଲି କହି

ଅନ୍ତରର ଭୟକୁ ଲୁଚାଉଥିଲା ତୁମ ମନ।

ସେଦିନ କହିଥିଲି ଜହ୍ନ କୁ ଦେବ,

ତାହେଲେ ଜାଣିବି କେତେ ସତ ତୁମ ମନର ଭାବ।

ମନରେ ଅହଂ ଥିଲା, ମୁଖରେ ଗର୍ବ ଥିଲା,

ଆଉ ଓଠ ରେ ତୁମପ୍ରତି ଅଟ୍ଟହାସ୍ୟ ଥିଲା।

ରକ୍ତାକ୍ତ ହୃଦୟ ତୁମ ବ୍ୟଥା କରୁଥିଲା,

ତଥାପି ଆଖିରେ ମୋ ପାଇଁ ଅସୀମ ଶ୍ରଦ୍ଧା ଥିଲା।

ଧୀରେ କହିଥିଲ ତୁମ ମୁଖର ଚମକ୍ ଯଥେଷ୍ଟ ଉଜ୍ଜଳତା ଭରିବା ପାଇଁ,

ଯଦି କେହି କେବେ ଜହ୍ନ ଆଣିବ ତେବେ ଦେବ ଫେରାଇ।

ବାସ୍ ଚାଲିଗଲ ତୁମେ ତୁମ ବାଟରେ,

ତଥାପି କେମିତି ରହିଗଲ ମନର କୋଉ ଏକ କୋଣରେ।

ଗଡିଗଲା ଦିନ, ଭୁଲିଗଲା ମନ, ଆଉ ହଜିଗଲା ଚିହ୍ନ,

ସେଦିନର ମୁଖର ଆଭା ଆଜି ମଳିନ,

ହୃଦୟ ବି ଶିଥିଳ, ଆଉ ଶରୀର ଜରାଜୀର୍ଣ୍ଣ।

ନା ଆସିଲା ଜହ୍ନ ନା ମିଳିଲା କାହାର ମନ,

ସମୟର ଦୋଛକିରେ ଆଜି ଛନ୍ଦା ଏ ଜୀବନ।

ଗ୍ରୀଷ୍ମର ଉଷ୍ମତାରେ ବର୍ଷା ର ଆଦ୍ରତାରେ,

ଏ ଆଖି ଖୋଜି ବୁଲୁଛି ଅତି ନିଜର ସାନ୍ନିଧ୍ୟ ଟିଏ।

ସେଦିନ ବି ହସିଥିଲି ଆଜି ବି ହସୁଛି,

ସେଦିନ ତୁମ ପ୍ରତି ଥିଲା, ଆଜି ନିଜ ପ୍ରତି ଅଛି।

ଦିନେ ଜହ୍ନର ଉଜ୍ଜଳତା ମାଗିଥିଲି, ଆଜି ଜହ୍ନ ଆଖି ମାରୁଛି,

ଆଖି ଥାଇ ଅନ୍ଧ କେମିତି ହେଲୁ ପ୍ରତିକ୍ଷଣ ପଚାରୁଛି।

ହୀରା ଖୋଜି ଖୋଜି କାଚ ସାଉଁଟିଲି,

ସାଉଁଟା କଚର ସ୍ପର୍ଶ ରେ କେବଳ କ୍ଷତାକ୍ତ ହେଲି।

ଆଜି ଜୀବନ ବି ହେଉଛି ଶେଷ, ମୁ ଯାତ୍ରୀ ଶେଷ ରାସ୍ତାର,

ହୃଦୟଟି ଆଶା ରଖି ଧକ୍ ଧକ୍ ହୁଏ, ପାଖରେ କୋଉଠି ଅଛ ଯଦି ଧରିନିଅ ହାତ ମୋର,

ଧରିନିଅ ହାତ ମୋର,

ଧରିନିଅ ହାତ ମୋର....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance