STORYMIRROR

Banasmita Moharana

Abstract

4  

Banasmita Moharana

Abstract

ମୁଁ କିଏ...???

ମୁଁ କିଏ...???

1 min
414

ବେଳେ ବେଳେ ଭାବୁଛି ମୁଁ କିଏ...??

ଅତୀତରେ ନିଜ ଦ୍ଵାରା ହେଇଥିବା ଭୂଲ୍ ରେ ତିଆରି ଗୋଟେ ମଣିଷ...

ନା ଏବେ କରୁଥିବା ପଶ୍ଚାତାପ ର ଗୋଟେ ଅଲୋଡ଼ା ଗଣ୍ଠିଲି...

ଯାହାର ବୋଝ ଦିନରାତି କାନ୍ଧ ଉପରେ ବୋହିକି ଚାଲୁଛି।

ବେଳେ ବେଳେ ଭାବୁଛି ମୁଁ କିଏ...??

ଆଶାଠୁ ବି କମ୍ ପାଣିରେ ବଢୁଥିବା ଉତପ୍ତ ମରୁଭୂମି ର ସିଝୁ...

ନା ସବୁ ଋତୁରେ ପାଗ ସହ ଲଢ଼ୁଥିବା ସଦାବିହାରୀ...

ଯାହାର ଫୁଲ ସବୁବେଳେ ପବନରେ ହସି ହସି ଖେଳୁଥାଏ।

ବେଳେ ବେଳେ ଭାବୁଛି ମୁଁ କିଏ...??

ଗୋଟେ କୁଶଳ କଳାକାର ଯିଏ ନିଜର ସବୁ ଦୁଃଖକୁ ଲୁଚାଇ ସବୁଠୁ ସୁଖୀ ମଣିଷର ପରିଚୟ ବାଣ୍ଟି ଥାଏ...

ନା ଗୋଟେ ମୁର୍ତ୍ତିକାର ଯିଏ ବାରମ୍ୱାର ଭାଙ୍ଗି ଯାଉଥିବା ନିଜ କଳାକୃତିକୁ ପୁଣିଥରେ ଗଢ଼ିତୋଳେ ପୂର୍ବଠାରୁ ଦୃଢ଼ କରି।

ବେଳେ ବେଳେ ଭାବୁଛି ମୁଁ କିଏ...??

ସେଇ ଡରୁଆ ମଣିଷ ଯିଏ ସକାଳୁ ଉଠି ଜାଣିପାରେ...

ଜୀବନ ଆଉ ସଂପର୍କ ସବୁ ସୂତା ଖିଅ ରେ ବନ୍ଧା

ଛୋଟିଆ ଭୁଲ୍ ଆଉ ସବୁ ଛିଡ଼ିଯିବ।

ନା ସେଇ କୃତଜ୍ଞ ମଣିଷ ଯିଏ ଦିନ ଶେଷରେ ଈଶ୍ୱରଙ୍କୁ ଧନ୍ୟବାଦ କରେ...

କାହିଁକି ନା ଆଜି ଆଉ ଗୋଟେ ପାହାଚ ଚଢ଼ିଲା ଏ ଜୀବନ।

ବେଳେ ବେଳେ ଭାବୁଛି ମୁଁ କିଏ...??

ଏ ସବୁ ଭିତରୁ ମୁଁ କିଏ...??

କୋଉ ଗୋଟିଏ.... ନା ସବୁଥିରୁ ଟିକେ ଟିକେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract