STORYMIRROR

Banasmita Moharana

Comedy

3  

Banasmita Moharana

Comedy

କବି କବିତା କାହାଣୀ

କବି କବିତା କାହାଣୀ

1 min
126

ଗତ କିଛି ଦିନ ହେବ ମୁଁ ବହୁତ୍ ଚେଷ୍ଟା କରୁଛି

ବାରମ୍ୱାର କଲମ ଧରୁଛି

ବାରମ୍ୱାର ଖାତା ବି ଖୋଲୁଛି

ହେଲେ ନା କଲମ ଚାଲୁଛି ନା ଖାତା ପୁରୁଛି

ବୋଧହୁଏ କବିତା ମୋ ଉପରେ ରାଗିଛି

ବୋଧହୁଏ କାହାଣୀ ମୋ ସହ କଟି କରିଛି ।


ଆଜି କାନଡ଼େରି ଶୁଣିଲି ଦୁହିଁଙ୍କ କଥା

କବିତା ମୁହଁ ମୋଡୁଛି

କାହାଣୀ ଦୃଷ୍ଟି ଫେରାଉଛି

ସ୍ନେହ ନାହିଁ, ପ୍ରେମ ନାହିଁ, ରସ ନାହିଁ

ଏମିତି କେତେ ଯେ ଅଭିଯୋଗ

ଆଉ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି


ଉଦାସୀନ ଶବ୍ଦରେ ମାଳ ଗୁନ୍ଥିଛ

ନା ନିଜେ ହସୁଛ ନା ହସର ସ୍ଵାଦ ବାଣ୍ଟୁଛ

ପ୍ରେମର ସ୍ଵାଦ ବୋଧେ ଚାଖିନ କେବେ

ସେଥିପାଇଁ ମନର ଭାଷା ବୁଝିବାକୁ କଷ୍ଟ ହୁଏ ଏବେ


ଚୁପଚାପ୍ ଶୁଣିଲି ସବୁ କଥା

ଧୀର ଭାବରେ ଲୁଚେଇ ଦେଲି ଅନ୍ତରର ବ୍ୟଥା

ମଥାପାତି ମାନିଲି ନିଜର ଦୋଷ

କରିଲି ନାହିଁ ଜମାରୁ ରୋଷ


ଯେବେ ଯେବେ ଅକୁହା କଥାରେ ମନ ଛନ୍ଦି ହେଉଥିଲା

କାହାଣୀ କବିତା ମୋର ହାତ ଧରୁଥିଲେ

ସଭିଙ୍କର ଗୋଟେ ଇଚ୍ଛା ଅଛି

ଆଜି ଯଦି ରାଗିଗଲେ ସେଥିରେ ଦୁଃଖ କଣ ଅଛି


ହାତ ଯୋଡ଼ି ନମସ୍କାର କଲି

ପୁଣିଥରେ ଓଠର ମିଥ୍ୟା ହସ ତଳେ ଆଖିର ଅଶ୍ରୁ ଲୁଚାଇଲି

କଲମ ଧରିଲି, ଖାତା ବି ଖୋଲିଲି

ନିଜେ ଜିତିଗଲେ ଭାବି କବିତା କାହାଣୀ ବି ଚାଲିଆସିଲେ

କଲମ ଚାଲିଲା, ଖାତା ବି ପୁରିଲା

ମନର ଶବ୍ଦରେ କାହାଣୀ କବିତା ସବୁ ମୋର ପୁଣି ସଜେଇ ହେଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy