STORYMIRROR

Banasmita Moharana

Classics

4  

Banasmita Moharana

Classics

ପ୍ରକୃତି ଆଉ ମୁଁ

ପ୍ରକୃତି ଆଉ ମୁଁ

1 min
272

ପ୍ରକୃତିକୁ ଶୁଣିଥିଲି,

ଯେବେ ଗଛର ଡାଳରେ ଚଢ଼େଇ ଚିଁ ଚିଁ କରୁଥିଲେ

ଯେବେ ପବନରେ ଗଛର ପତ୍ର ସବୁ ଶବ୍ଦ କରୁଥିଲେ

ଯେବେ ଫୁଲରୁ ଫୁଲକୁ ମହୁମାଛି ଗୁଣୁଗୁଣୁ ହେଇ ଯାଉଥିଲା

ଆଉ ମୁଁ ପ୍ରକୃତି କୋଳରେ ଘାସ ଉପରେ ଶୋଇଥିଲି।


ପ୍ରକୃତିକୁ ଦେଖିଥିଲି,

ଯେବେ ପ୍ରଜାପତିର ସୁନ୍ଦରତା ଦେଖିଥିଲି

ଯେବେ ନୂଆ ଏକ ବୀଜ ଅଙ୍କୁରୋଦ୍ଗମ ହେଇଥିଲା

ଯେବେ ନୀଳ ଆକାଶ ଛାତିରେ ଚଢେଇ ଉଡୁଥିଲା

ଆଉ ମୁଁ ପ୍ରକୃତି ରସରେ ଝରଣା ପାଣିରେ ଓଦା ହେଉଥିଲି।


ପ୍ରକୃତିକୁ ଅନୁଭବ କରିଥିଲି,

ଯେବେ ପ୍ରଥମ ବର୍ଷାରେ ମାଟିର ବାସ୍ନା ଶୁଙ୍ଘିଥିଲି

ଯେବେ ପାଚିଲା ଧାନର ମତୁଆଲା ମହକ ଜାଣିଥିଲି

ଯେବେ ସବୁଜ ଘାସର ବାସ୍ନାରେ ଆମୋଦିତ ଗାଈକୁ ଦେଖିଥିଲି

ଆଉ ମୁଁ ବଗିଚାରେ ଫୁଲର ବାସ୍ନାରେ ହଜି ଯାଉଥିଲି।


ପ୍ରକୃତିକୁ ସ୍ପର୍ଶ କରିଥିଲି,

ଯେବେ ପାଦର ଆଙ୍ଗୁଠି ସବୁଜ ଘାସ ଛୁଇଁଥିଲା

ଯେବେ ଝରଣାର ଥଣ୍ଡା ପାଣି ଶରୀରରେ ଶିହରଣ ଆଣିଥିଲା

ଯେବେ ସୂର୍ଯ୍ୟଙ୍କର ଉଷ୍ମ କିରଣ ମନକୁ ଉଜ୍ଜଳ କରିଥିଲା

ଆଉ ମୁଁ ବର୍ଷାରେ ଘାସ ଉପରେ ଝରଣା କୂଳରେ ଭିଜୁଥିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics