Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Romance

4  

jagabandhu sahu

Romance

ଅତର ଦିବସ

ଅତର ଦିବସ

1 min
301


ବଜାରକୁ ଯାଇ  ଆଣିଛି ମୁଁ ପ୍ରିୟା

    ଅତର ତୋ ପାଇଁ କିଣି

ଅତର ଦିବସେ  ଉପହାର ଦେଇ

    ପାରିବି ତୋ ମନ ଜିଣି ॥

ରଜନୀଗନ୍ଧା   ଗୋଲାପ ସାଥେ

     ଆଣିଛି ମଲ୍ଲୀ ଅତର 

ଟବରି ସାଥେ  ଚକେଲେଟ ପୁଣି

    ଆଣିଛି ସତର ପ୍ରକାର ॥

ବାସୁଥିବୁ ତୁ       କନକଚମ୍ପା

     ଅତର ନାଇ ଡେଲି

ପ୍ରେମ କୁଞ୍ଜରେ    ସଞ୍ଜ ନଇଁଲେ

      ଓଠ ପଡିବ ନାଲି ॥

ମଲ୍ଲୀ ମାଳତି      ବାସିବୁ ନିତି

     ଅତର ମାଖି ଦେହେ

ପ୍ରେମରେ ତୋର   ମନଟି ମୋର

    ପଡିଥିବ ଲୋ ମୋହେ ॥

ତୋ ପାଇଁ ସିନା     ସୁନ୍ଦର ଏଇ

    ପ୍ରେମ କୁଞ୍ଜଟି ମୋର

ଶେଷରେ କହେ    ଭଲ ମୁଁ ପାଏ

    ଏକା ଲୋ ମୁହିଁ ତୋଅର ॥


Rate this content
Log in

Similar oriya poem from Romance