Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational Others

3  

Bharatabandhu Biswal

Romance Inspirational Others

ସମ୍ପର୍କର ଶେଷ ପ୍ରଶ୍ନ

ସମ୍ପର୍କର ଶେଷ ପ୍ରଶ୍ନ

1 min
139



ହୃଦୟର କଥା କାଗଜ କଲମେ

ହୁଏନାହିଁ ପ୍ରିୟା ଲେଖି

ଲେଖୁଛି ତଥାପି ନିଶ୍ଚୟ ପଢିବ

ବିଶ୍ବାସ ମୁଁ ଅଛି ରଖି ।

ରହୁଛି ପ୍ରବାସେ ନିଜ କର୍ମକ୍ଷେତ୍ରେ

ଆଜୀବିକା ଉପାର୍ଜନେ

ଲାଗେ ନାହିଁ ଭଲ ତୁମ ବିନା ମନ

ଏକାକୀ ସୁଦୂର ସ୍ଥାନେ ।

ଗୃହେ ଭଲମନ୍ଦ କର୍ତ୍ତବ୍ଯ ଜଞ୍ଜାଳ 

ମରମ ବ୍ଯଥା ବେଦନା

ଲାଗେ ଦୁଃର୍ବିସହ ମନ ଦହଗଞ୍ଜ

ରାତ୍ରୀ ହୁଅ ନିଦ୍ରାହୀନା ।

ଲେଖିଥିଲ ପ୍ରିୟେ ରୋଷ ବହି ଚିଠି

ନୀରବେ ଝରୁଛି ଲୁହ

ଭାବୁଛ କି ଲାଭ ଜିଇଁବା ଜୀବନ

ତୁଟି ଯାଉଅଛି ମୋହ । 

ଦୟାଳୁ ଈଶ୍ବର ଦେଇଛନ୍ତି ଦୁଃଖ

କରିବେ ଦିନେ ସେ ଦୂର

ଗରିବ ଅବଶ୍ଯ କରିବ ସଂଗ୍ରାମ 

ଛାତିକୁ କରି ପଥର ।

ଜୀବନ ନୁହଁଇ ଅଳୀକ ସ୍ବପନ

ମାତ୍ର ଖେଳ ବାଲିଘର 

ଭାବର ବନ୍ଧନ ମିଳନେ ହୃଦୟ

ଜୀବନ ସତ୍ଯ ସୁନ୍ଦର ।

ଦେଉଛି ଉତ୍ତର ଏଥର ଡାକରେ

କରୁଅଛି ଅନୁରୋଧ

ହେଉ ଶେଷ ପ୍ରଶ୍ନ ନତୁଟୁ ବିଶ୍ବାସ 

ସୁଦୃଢ ରହୁ ସମ୍ବନ୍ଧ ।

ଅବସର ଦେଖି ହେବି ଉପସ୍ଥିତ

କଥା ମୁଁ ଦେଇ ରଖୁଛି

ପ୍ରାଣପ୍ରିୟାକୁ ମୋ ପ୍ରୀତିଭରା ସ୍ନେହ

ସତ୍ଇଚ୍ଛା ଜଣାଉଅଛି ।

   



Rate this content
Log in

Similar oriya poem from Romance