ତୁମ ପ୍ରିୟା ର କଥା
ତୁମ ପ୍ରିୟା ର କଥା
ମୁଁ ତୁମକୁ କଣ ପାଦରେ ଆଡେଇ ଦେବି
ମୋ ଅତୀତକୁ ତମେ ଗ୍ରହଣ କରିଚ
ମତେ ଆପଣେଇଚ
ମତେ ଆଉଥରେ ତମେ ସଜାଡିଚ
କୁହ ମୁଁ କଣ ତୁମକୁ ଦୁରେଇ ଦେବି -
ମୋ ପ୍ରଥମ ଚିଠି ଫେରିଲା ପରେ
ସେ କରିଥିବା ଭୁଲ୍ ର ଅନୁତାପ ବେଳେ
ତା ଆଖିର ଲୁହ ମୋ ଆଗେ ଢାଳିଲା ବେଳେ
କୁହ ମୁଁ ତୁମ ହାତ କିବା ଛାଡିକି ପାରିବି?
ଏ ନୁତନ ଜନ୍ମ ତୁମ ପାଇଁ
ଏ ଆଖିର ଲୁହକୁ ପିଇ ଓଠରେ ହସଭରିଥିଲ
ଜୀବନଠୁ ହାରିଲା ପରେ ତୁମେ ଆପଣେଇଥିଲ
ମୋ ଦେହର କଳଙ୍କ କୁ ଅଧାଭାଗ ତୁମେ ନେଇଥିଲ
ଆଜି ତମେ ଏତେ ସ୍ଵାର୍ଥପର ବୋଲି ମତେ ଭାବିଲ କେମିତି
ଏ ଜୀବନର ଚଲାବାଟେ ତୁମ ହାତ ଛାଡିବି କେମିତି
କୁହ, ଜୀବନର ମରୁଭୂମି ରେ
ପାଣିଟୋପେ ତୁମେ ଛିଞ୍ଚି ଥିଲ
ଆଜି ସମୁଦ୍ର ଆସି ମୋ କବାଟ ବାଡେଇଲେ
ମୁଁ ତମକୁ ଭୁଲିଯିବି କେମିତି?
ମଉଳା ଫୁଲରେ ମାଳ ତୁମେ ଗୁନ୍ଥି ଥିଲ
ସେ ଫୁଲରେ ବାସ୍ନା ତୁମେ ଭରିଥିଲ
ଏ ଫୁଲର ବି ଇଛା -
ତୁମ ପାଦତଳେ ତାର ସାରା ଜୀବନର ପାପ ଧୋଇବା!!