STORYMIRROR

Bijay Prusty

Romance

4  

Bijay Prusty

Romance

ତୁମପାଇଁ ସଖୀ

ତୁମପାଇଁ ସଖୀ

1 min
368


ତୁମେ ହସିଦେଲେ ଫଗୁଣ ହସଇ

ମଳୟ ବହଇ ଧିରେ

ତୁମପାଇଁ ସଖୀ କୋଇଲିଟା ଯାଇ

ଗୀତଗାଏ ତରୁଡାଳେ I

ତୁମେ ହସିଦେଲେ କୃଷ୍ଣଚୂଡା ହସେ

ଫୁଲେ ଫୁଲେ ରଙ୍ଗ ଛିଟା

ତୁମପାଇଁ ସଖୀ ବଇଶାଖ ଖରା

ଦେହକୁ ଲାଗଇ ମିଠା I

ତୁମେ ହସିଦେଲେ ଶୀତ ସକାଳରେ

କାକର ପଲଟେ ମୁକ୍ତା

ତୁମପାଇଁ ସଖୀ ଆଖିରେ ଆଖିରେ

ଭରିଯାଏ ମାଦକତା I

ହସିଦିଆ ସଖୀ ଏ ମରତ ଭୂଇଁ

ପାଲଟୁ ସରଗପୁରୀ

ତୁମପାଇଁ ସଖୀ ଅଦିନେ ଦୁନିଆଁ

ଖେଳୁ ରଙ୍ଗ ପିଚିକାରୀ I

       


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Bijay Prusty

ବୋଉ

ବୋଉ

1 min വായിക്കുക

ଜୀବନ ତରୀ

ଜୀବନ ତରୀ

1 min വായിക്കുക

ଶୁଭ୍ରା

ଶୁଭ୍ରା

1 min വായിക്കുക

ମୋ ଦେଶ

ମୋ ଦେଶ

1 min വായിക്കുക

ଉତ୍ସବ

ଉତ୍ସବ

1 min വായിക്കുക

ବହି

ବହି

1 min വായിക്കുക

ପ୍ରିୟତମା

ପ୍ରିୟତମା

1 min വായിക്കുക

Similar oriya poem from Romance