Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ତୁମପାଇଁ ସଖୀ

ତୁମପାଇଁ ସଖୀ

1 min
360



ତୁମେ ହସିଦେଲେ ଫଗୁଣ ହସଇ

ମଳୟ ବହଇ ଧିରେ

ତୁମପାଇଁ ସଖୀ କୋଇଲିଟା ଯାଇ

ଗୀତଗାଏ ତରୁଡାଳେ I

ତୁମେ ହସିଦେଲେ କୃଷ୍ଣଚୂଡା ହସେ

ଫୁଲେ ଫୁଲେ ରଙ୍ଗ ଛିଟା

ତୁମପାଇଁ ସଖୀ ବଇଶାଖ ଖରା

ଦେହକୁ ଲାଗଇ ମିଠା I

ତୁମେ ହସିଦେଲେ ଶୀତ ସକାଳରେ

କାକର ପଲଟେ ମୁକ୍ତା

ତୁମପାଇଁ ସଖୀ ଆଖିରେ ଆଖିରେ

ଭରିଯାଏ ମାଦକତା I

ହସିଦିଆ ସଖୀ ଏ ମରତ ଭୂଇଁ

ପାଲଟୁ ସରଗପୁରୀ

ତୁମପାଇଁ ସଖୀ ଅଦିନେ ଦୁନିଆଁ

ଖେଳୁ ରଙ୍ଗ ପିଚିକାରୀ I

       


Rate this content
Log in

Similar oriya poem from Romance