ସ୍ୱପ୍ନର ନାୟିକା ତୁମେ
ସ୍ୱପ୍ନର ନାୟିକା ତୁମେ
ପୂର୍ଣ୍ଣମୀ ଚନ୍ଦ୍ରମା ତୁମେ
ତୁମ ଶୁଭ୍ରକାନ୍ତିମୟ ଜ୍ୟୋତ୍ସ୍ନାରେ,
ଇଚ୍ଛା ମୋର ପ୍ରବଳ ,
ହେବାକୁ ପ୍ଳାବିତ ।
କସ୍ତୁରୀ ତୁମେ
ତୁମ ଦିବ୍ୟ ମନମୋହକ ବାସ୍ନାରେ ,
ମୋ ତନୁ ହେବଯେବେ ଅନ୍ତରଙ୍ଗେ ଲେପିତ
ମୁଁ ହେବି ଶ୍ରୀଚନ୍ଦନ ଚର୍ଚ୍ଚିତ।
ବସନ୍ତ ମଳୟ ତୁମେ
ଅନୁଲିପ୍ତ ହୋଇ ସେଇ ଶୀତଳ ସମୀରେ
ହସର କୁହୁକେ ତୁମ କୋଇଲି ରାଗିଣୀ
ଶୁଣୁଥିବି ଅବିରତ ।
ସ୍ୱପ୍ନର ନାୟିକା ତୁମେ
ରୂପସୀ ଜହ୍ନ ପରି କର ଯେ ଇସାରା
ପ୍ରେମ ଅନୁରାଗେ ହୁଅଇ ଜାଗ୍ରତ
ମୋର କଳ୍ପନା ଜଗତ ।

