STORYMIRROR

Mahendra Kumar Pradhan

Romance Classics Fantasy

4  

Mahendra Kumar Pradhan

Romance Classics Fantasy

ଅତୀତର ପଥପ୍ରାନ୍ତେ...

ଅତୀତର ପଥପ୍ରାନ୍ତେ...

1 min
0

ସ୍ୱପ୍ନ ସରିଯାଇନି
 ମନ ମରିଯାଇନି 
ବକ୍ଷ ବିସ୍ତାରି
 ପକ୍ଷ ମେଲେଇ 
ନବଦିଗନ୍ତରେ ଉଡିଯାଉଛି 
ମନପକ୍ଷୀ..
ଅସରନ୍ତି ଫୁର୍ତ୍ତିରେ ....

ଦେଖୁଛି ଅନନ୍ତ ଶୂନ୍ୟତା 
କେବେ ଖୋଜୁଛି ଅତୀତକୁ
କେବେ ଅତୀତର ପ୍ରୀତି 
ସାଙ୍ଗ ସାଥୀ
ମାଆର ମମତା 
ଅନ୍ତର କୋହଭରା 
ହଜିଲା ଦିନର ସ୍ମୃତିରେ ....

ନବଯୌବନର ଆଗମନରେ
ସ୍ୱପ୍ନିଳ ପୃଥିବୀର ରୋମାଞ୍ଚ 
ଲୁଚି ଲୁଚି ଦେଖା ଚାହାଁ 
ବାଟେ ଘାଟେ ଦେଖାହେଲେ 
କିଛି ନା କିଛି ବାହାନା କରି
ପୁଣି ଦେଖିବାର ଉତ୍ସୁକତା 
ଅଦ୍ୟାପି ସତେଜ ମୋ ସ୍ମୃତିରେ ....

କିଛି ନ କହି ଅନେକ କିଛି କହୁଥିବା ଆଖି
ଅପଲକ ହୋଇରହେ 
କେଶଗୁଛ ହଲେଇ 
ପଛକୁ ଲେଉଟି ଚାହିଁବାର ସୁଯୋଗ
 ହାତଛଡ଼ା ହୁଏ ନାହିଁ ,
କିଛି ଭୁଲିଯାଇଥିବା ବାହାନାରେ ପଛକୁ ଫେରିବା 
ଅଥବା 
ସେଇ ଦୋକାନରେ
ଏକା ସମୟରେ ଠିଆ ହୋଇ ରବିବାର କ୍ରମ 
ହୃଦୟକୁ ଆନ୍ଦୋଳିତ କରେ ଗୋପନେ
ନିର୍ଜନ ରାତିରେ ....

ହେଲେ 
ସୁଶୀଳ ସାଧୁ ସଂଯତ ହୋଇ 
ସମାଜର ପରିଧି ଭିତରେ 
ବନ୍ଦୀ ହୋଇଯିବା କେବଳ ଭୁଲ୍ ନୁହେଁ
ଏଇ ଜନ୍ମର ଅପରାଧ ହେଇଗଲା ।
ଯାହାର ପ୍ରାୟଶ୍ଚିତ ଆଉ ନାହିଁ ।
ସେଦିନ ଯଦି ଟିକିଏ ସାହସ ବାନ୍ଧି
ଦେଇଥାନ୍ତି ଟିକେ ଇସାରା 
ମୋ ପ୍ରେମର ପୃଥିବୀ
ଆଜି ହୁଏତ ଥାଆନ୍ତା 
ଚିର ସବୁଜ ଚିର ମନୋହରା 
କିଛି ଅଭୁଲା ସୃତିର
 ଚିତ୍ରିତ ଫରଦ 
ଉଡୁଛି ହାଲକା ପବନରେ
ଅତୀତ ର ପଥପ୍ରାନ୍ତେ ......









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance