STORYMIRROR

Mahendra Kumar Pradhan

Romance Tragedy Fantasy

4  

Mahendra Kumar Pradhan

Romance Tragedy Fantasy

ସେଇ ଅଦମ୍ୟ ଇଚ୍ଛା ବାରମ୍ବାର

ସେଇ ଅଦମ୍ୟ ଇଚ୍ଛା ବାରମ୍ବାର

1 min
3

ଅନେକ ବାର କରିଛି ଦର୍ଶନ 
ଅନେକ ଥର କରିଛି ଆସ୍ଵାଦନ 
 ରସ ରୂପ ଗନ୍ଧର 
କେବେ ଏକାନ୍ତେ 
କେବେ ଗୋପନେ 
ତଥାପି ମେଣ୍ଟି ନାହିଁ ତୃଷ୍ଣା ।

ଯେତେ ଥର ପାଇଛି 
ଅନ୍ତରଙ୍ଗ ମୁହୂର୍ତ୍ତ ର ମାଦକତା 
ତୁମ ଅମୂଲ୍ୟ ସମ୍ପଦ ମାଧୁରୀ 
ଜୀବନରୁ ହଜିଯାଇଛି ମୋର 
ଦୁଃଖ ଯନ୍ତ୍ରଣା ବିତୃଷ୍ଣା 
କିନ୍ତୁ କାହିଁକି ସରେନାହିଁ କେବେ ସେଇ ଇଚ୍ଛା
ସେଇ ଯେ ଅସରନ୍ତି କାମନା ।
ପୃଥିବୀର ଯେଉଁ କୋଣକୁ ଗଲେ
କି ସ୍ୱର୍ଗର ଅମରାବତୀରେ  ବି
ତୁମ ବିନା ଅନ୍ତର କୁ ଖାଇଯାଏ 
ଅଧୁରାପଣ ।
ଆଖି ଖୋଜେ ମନ ଖୋଜେ
ସେଇ ହରିଣୀ ଆଖିର ସମ୍ମୋହନ 
ପ୍ରଥମ ସ୍ପର୍ଶ ର ରାଗିଣୀ 
ଓ ତଲ୍ଲୀନ ତନ୍ମୟ ହୋଇ 
ଛନ୍ଦି ହୋଇଯାଇଥିବା 
ପ୍ରେମ ଦଗ୍ଧ ବେନି କାୟାର 
ମଧୁର ମିଳନ ମୁହୂର୍ତ୍ତ ।

ଯେତେ ଦର୍ଶନ ଆସ୍ଵାଦନ ପାଇଲେ ବି 
ପୁଣି ପୁଣି ଜାଗି ଉଠେ 
କାମନାର ଅନନ୍ତ ଗଗନେ 
ସେଇ ଅଦମ୍ୟ ଇଚ୍ଛା 
ବାରମ୍ବାର।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance