STORYMIRROR

Rajesh Pujari

Others

2  

Rajesh Pujari

Others

ବର୍ଷା ନା'ବର୍ଷା ପରି...!

ବର୍ଷା ନା'ବର୍ଷା ପରି...!

1 min
14K


ବର୍ଷା ନା' ବର୍ଷା ପରି...!

ରାଜେଶ ପୂଜାରୀ


ବୁଝିଥିଲେ ବର୍ଷା

ମହାଦାନୀ ପଣରେ

ଅଜାଡ଼ି ଦିଏ ଏତେ ସବୁ

ସ୍ନେହ ଶ୍ରଦ୍ଧା ଯେ

ଅବିଶ୍ବାସ୍ୟ ଅସମ୍ଭାଳ

ପୁଣି କେବେ ଉଦଣ୍ଡୀ ସାଜି

କରେ କଳବଳ

ତା'ର ବି ଠିକ୍ ସେମିତି

କେବେ ପ୍ରେମର ନିର୍ଝର

କେବେ ଧୋକାର ଜହର।


କେବେ ପୋଷଣ କରିହୁଏ

ନୂତନ ଅଭିରୁଚି

ଆଉ କେବେ ବର୍ଷା ଦ୍ଵାରା ସୃଷ୍ଟି ହେଲା

ଅକଳିତ ଅନ୍ତରାୟ ମାନେ

ସବୁଥିରେ ଧୂଳି ଦିଅନ୍ତି ବିଛି

ସିଏ ବି ସେପରି

କେବେ ମିଳନ ମାଧୁରୀ

କେବେ ବିରହର ତୁରୀ।


ତଥାପି ବର୍ଷା

ବଞ୍ଚିବା ଭରଷା

କେତେ ବଡ଼ ଦିଗ ନଦେଖାଏ

ଦୁଃଖ ପରେ ସୁଖ ଲାଗିଥାଏ

ଯିଏ ଦିଏ

ନେଇପାରେ ସିଏ

ହେବି ବୋଧେ ସେମିତି କରୁଥାଏ!


କିନ୍ତୁ କେମିତି କେଜାଣି

ମତେ ଜମା ଭୁରେନି

ସେ ବି ସେମିତି କରୁ ମୋ ସାଙ୍ଗରେ

ଯାହା ଯାହା ବର୍ଷା କରେ।


ସେଇଥିପାଇଁ ତ

ଅସହ୍ୟ ହେଲେ ବି

ମୋ ଛାତିରେ ଲଦି ଛେଳିଆ ପାହାଡ଼କୁ

ସୁଯୋଗ ଦିଏ ତାକୁ

ଲାଜର କାଞ୍ଚୁଳି ଖସେଇ

ଯାଯାବର ମେଘ ମାନଙ୍କ ସହିତ

କିଛି ସମୟ ମନଭରି

ବୁଲି ଗୀତ ଗାଇ

ଲଟର ପଟର ହେବାକୁ।


କିନ୍ତୁ ମୁଁ ଯାହା ଚାହେଁ ସେ ଓଲଟା କରେ

ଆଶା ସମୁଦ୍ର ପାଲଟେ

ନିରାଶାର ମରୁଭୂମି

ମୁଁ ନିଜେ ହିଁ ବର୍ଷା ବୋଲି

ପ୍ରମାଣ ଦିଏ ଯେମିତି!


ଅତର୍କିତ ଚିନ୍ତା ନଗରେ ଘୁରି ଘୁରି

ଅହରହ ବୃଥା ତର୍ଜମା କରି

ସେ ସତରେ ବର୍ଷା

ନା'ବର୍ଷା ପରି...!


କୁଶମେଲ, ଝାରସୁଗୁଡ଼ା


Rate this content
Log in