ତୁମେ ନାଇଁନ ଯେ
ତୁମେ ନାଇଁନ ଯେ
ତୁମେ ନାଇଁନ ଯେ
ସବୁକିଛି ଗୁମସୁମ୍
ଅନୁଖନୁ ଝମକି ଝମକି ବାଏବିଛୋ କଲା
ମଲମଲି ଘୁଙ୍ଗୁରୁ ଭିଲ୍
ସମଲେଇ ଗୁଡ଼ିର ଅଚଲ ମାଇକ ବାଗିର
ମଚା ତଲେ ଅଜେଇ ହେଇ
ପଡିଯାଇଛେ ତୁମ୍ ।
ଯେଭେ ଯହ ଚିଡ଼ି ଯାଉଥିଲି
କହି ବି ପକଉଥିଲି
ବିରଝି କରି ,
ଥେବାଲା ମନର ଡୋରକେ
ବାନ୍ଧି ଦେଇଥିଲି ଶକତ କରି ଯାହା
ଆପେନ ବୁଚଡେଇ ପକଉଥିଲି ତାହା ।
ହେଲେ ସବୁକିଛି କେ
ଅନଦେଖା ଅନଶୁନା କରି
କହ ମୁଲକି ହସି
ପାଶକେ ଆସି
ମୋର କାଏଁ ଦୋଷ
ଅମାନିଆଁ ପାଦ ଯୁଡାକ
ନାଚବାରେ ମଦହୋସ ।
ସତେ ଗୁଟେ ଶତାବ୍ଦୀ ଉତାରୁ
ଅମରିଥିଲା ସେ ଅଜନ ତାରା ରାଏତ
ସବୁକିଛି ହେଲା ଖଏତ
ଇ ଅଲାଜୁଗିଆ ବରମଷିଆ ଘୁଙ୍ଗୁରୁ ଲାଗିନ
ତୁମର ନଚାନ ଲାଗିନ.. !
ରାଗେ ରିଶେ ପାଗି ହେଇ
ବନ୍ଦ ପଡ଼ିଗଲା ସେ ପୀରତିର ସାତରଙ୍ଗି କବାଟ
ମୋର ମିଛ ଅହଂକାରର ଟାନ ଅରକଟି
ସେଥି ଜୁଟି
ଅତୁଟ ପରତେର ବନ୍ଧନେ କଲା ଗୁହେର ଫାଟ
ମନାବୁଝା କଥାବାର୍ତ୍ତା ଖୁରଖୁର
ଏକା ସଙ୍ଗେ ଜୀବନ ଡଗର ପାର ହେବାର
ଶପଥ ଖାଇ ଥିବାର
ଜୁଉଡେ ମନ
ଭାଙ୍ଗି ରନଭନ
ନିଜର ନିଜର ବାଟେ ଟୁରଟୁର ।
ହେଲେ ତୁମେ ଗଲା ଉତାରୁ ଜାନଲି
ମାୟାର ମରୀଚିକାନେ ଥିଲା ଭରମେ
ଯେତେ ଯାହା ଚିନ୍ତାଧାରା ମୋର
ଜାନଲା ବେଲୁ କମିକେ ତୁମର
ପସ୍ତେନର ମହାସାଗରେ ତହଁରି ତହଁରି
ବୁଡ଼େଇ ଦେଉଛଁ ଶୋର ।
ଚାତକ ସରି
ଅଛେଁ ଅନସରି
ଶୁନବାକେ ଟିକେ ଘୁଙ୍ଗୁରୁର ଛମ୍ ଛମ୍
ହରଘଡ଼ି ହରଦମ୍ ।
ମରୁଛେଁ ଝୁରି ଝୁରି
କେଭେ ଆସବ ଫିରି
ପିଛଲା କଥା
ସବୁ କେ ପାଶୋରି କରି ।
ଅଛେ ଆଶ
ଅସମିଏଁ ଯେନ୍ ପୀରତିର ପଏଁଖ୍ ଗଲା ଝରି
ହୁରୁଦ ଚାଂଘରିନେ
ରଖମି ସଜେଇ କରି
ସାଏତି ବେଉଁତି ଗୁରୀ ।
କୁଶମେଲ, ଝାରସୁଗୁଡ଼ା