STORYMIRROR

Lopamudra Pal

Inspirational

3  

Lopamudra Pal

Inspirational

ଚିରନ୍ତନ ପ୍ରେମ

ଚିରନ୍ତନ ପ୍ରେମ

1 min
151


ପ୍ରେମ ହିଁ ସଦା ଚିରନ୍ତନ 

ପ୍ରେମ ହିଁ ବ୍ୟାକୁଳିତ ମନ 

ପ୍ରେମ ହିଁ ବିହାର କାନନ।

ପ୍ରେମର ପ୍ରକୃତି ସତ୍ୟ ସୁନ୍ଦର 

ପ୍ରେମ ହିଁ ମନୁଷ୍ୟର ଗନ୍ତାଘର।

ପ୍ରେମର ପ୍ରତିଦ୍ୱନ୍ଦ୍ୱୀ 

ପ୍ରତାରଣାର ସଙ୍ଗୀ 

ଚାଲିଯାଏ ସେ ବାଟ ଭାଙ୍ଗି 

କରେ ବାର୍ତ୍ତାଳାପ ପାପ ପୂଣ୍ୟର 

କ୍ରନ୍ଦିତ ମନ କ୍ରନ୍ଦିତ ବନ 

ହୃଦୟେ କୁହୁଳାଇ ନିଆଁ 

କରିଦିଏ ସବୁ ସେ ଛାରଖାର।

ପ୍ରେମ ଚିରନ୍ତନ ସତ୍ୟ ଚନ୍ଦନ 

ପ୍ରକୃତି ତାହାର ସଦା ନିଷ୍ପାପ 

ବୋଧ ଶକ୍ତି ହରାଇ ମନୁଷ୍ୟତା

ନଗନ୍ୟ ତା'ର ତାରତମ୍ୟତା

ଦିଏ ପ୍ରେମକୁ ଆଜି ଅଭିଶାପ।

ପରିବର୍ତ୍ତିତ ନୁହେଁ ପ୍ରକୃତି ତା'ର

ବହିଯାଏ ଚପଳା ନଦୀ ପରି 

ଧୋଇଦେଇ କେତେ ପାପ ପୂଣ୍ୟ କରେ

ପ୍ରେମ ନଉକାରେ ସଭିଙ୍କୁ ପାରି।

ଚିରନ୍ତନ ପ୍ରେମର ପ୍ରକୃତି କୋଳେ

ପାପ ପୁଣ୍ୟର ହିସାବ ସବୁ କରି 

ଫେରିବ ମନୁଷ୍ୟର ମନୁଷ୍ୟତା ଆଜି 

କରିବ ସେ ଜୀବନ ନଉକା ପାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational