Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahesweta Panigrahi

Romance Others

3  

Mahesweta Panigrahi

Romance Others

ଏ ପୁଣି କେମିତି କଥା

ଏ ପୁଣି କେମିତି କଥା

1 min
184



ହୃଦୟରେ ଦିଏ କଠୋର ଆଘାତ

ପୁଣି ଦିଏ କେତେ ବ୍ୟଥା,

ନୁହେଁ ଅସ୍ତ୍ର କିବା ଶସ୍ତ୍ରଟିଏ ସେ ତ

ମୋ ପ୍ରିୟର ପଦେ କଥା।


ନିଶା ଲେପି ଦିଏ ବିନିଦ୍ର ରଜନୀ

ଭିଜି ଯାଏ ଆଖି ପତା,

ଅନିଚ୍ଛା ଇଚ୍ଛାର ଶବ୍ଦ ଗୁଚ୍ଛ ଆଣେ

ମନ ଗହନରେ ଚିନ୍ତା।


ଅବ୍ୟକ୍ତ ବ୍ୟକ୍ତ ସେ କହିବା ବାହୁଲ୍ୟ

ସେମିତିକା ପ୍ରୀତି ଗାଥା,

ହୃଦ ପ୍ରଫୁଲ୍ଲିତ ମନ ଆନ୍ଦୋଳିତ 

ମୋ ପ୍ରିୟର ଶବ୍ଦ ଗୁନ୍ଥା।


ଦିଏ ଯିଏ ବାଧା ସିଏ ହିଁ ସୁବିଧା

ଏକା ସେ ହିଁ ମନ ଜିତା,

ଆଜନ୍ମ ବନ୍ଧନ କବଳିତ ମନ

ବିଧାତା ଗଢିଛି ପ୍ରଥା।


ପ୍ରିୟ ପୁଣି ସେହି ସଂସାରେ ସାର

ଆଉ ସବୁ ଯେତେ ପିତା,

ଅଧୁରା ଜୀବନ ଜଣେ ଆନ ବିନା

ଏ ପୁଣି କେମିତି କଥା।



Rate this content
Log in