Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

3  

Kshitish Jena

Abstract Action Inspirational

ସୁଖମୟ ହେଉ ସବୁରି ଜୀବନ

ସୁଖମୟ ହେଉ ସବୁରି ଜୀବନ

1 min
144


ଯିବା ଓ ଆସିବା ଯେମିତିକା ଭାଇ

ଲାଗିଛି ଏହି ସଂସାରେ

ନୂଆବର୍ଷ ଆସେ ସେହିପରି ଯେବେ

ପୁରୁଣା ବରଷ ସରେ ।

ଆନନ୍ଦର ସହ ନୂତନ ବର୍ଷକୁ

ସଭିଏଁ ସ୍ଵାଗତ କରୁ

ପୁରୁଣା ବର୍ଷକୁ ଦଉରେ ବିଦାୟ

ପୁରୁଣା ସ୍ମୃତିକୁ ଝୁରୁ ।

ପୁରୁଣା ଜିନିଷ ସୂନା ରୂପା ଠାରୁ

ଆହୁରି ଯେ ମୂଲ୍ୟବାନ

ହୁଏ ନାହିଁ ଭୁଲି କେବେ ଅତୀତକୁ

ଅତୀତର ସେହି ଦିନ ।

ନୂଆ ବରଷରେ ଭେଟୁରେ ଯାହାକୁ

କରୁ ସ୍ନେହେ ଆଲିଙ୍ଗନ

ଜଣାଇ ଦେଉରେ ନୂଆ ବରଷର

ହାର୍ଦ୍ଦିକ ଅଭିନନ୍ଦନ ।

ଅଭିନନ୍ଦନର ପତ୍ର ପିଲାମାନେ

ନିଜର ସାଙ୍ଗକୁ ଦେଇ

ନୂଆବରଷର ଶୁଭେଚ୍ଛାର ବାର୍ତ୍ତା

ଦିଅନ୍ତି ତାଙ୍କୁ ଜଣେଇ ।

ସାଙ୍ଗସାଥୀ ମିଶି ନୂଆବରଷରେ

କରନ୍ତି କେତେକ ଭୋଜି

ବନ୍ଧୁଘର ଅବା ନୂଆ ଜାଗା ବୁଲି

ଯାଆନ୍ତି ଖୁସିରେ ମଜି ।

ଗାଁଠୁ ସହର ଦିଶଇ ସବୁଠି

ନୂଆ ବର୍ଷର ତୋରଣ

ନାଚନ୍ତି ଗାଆନ୍ତି ନୂଆ ବରଷରେ

ଖୁସିରେ ଫୁଟାନ୍ତି ବାଣ ।

ଇଂରାଜୀର ନୂଆ ବରଷ ଆସୁଛି

ଦୁଇ ହଜାର ତେଇଶି

ସୁଖମୟ ହେଉ ସବୁରି ଜୀବନ

ଏତିକି କାମନା କରୁଛି ।



Rate this content
Log in

Similar oriya poem from Abstract