STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଚିଲିକା ତୀରେ

ଚିଲିକା ତୀରେ

1 min
198


ମୁଁ ଦେଖିଛି ଚିଲିକାର

ରୂପ ବଇଭବ

ମୋ ବାଳୁତ କାଳରୁ।

ଚିଲିକାର ତୀରେ ଅତୀତରେ

ବୋଇତ ବନ୍ଦାଣ ଉତ୍ସବ ପରେ ପରେ

ଏ ମାଟିର ସାଧବ ପୁଏ

ନୌ ବାଣିଜ୍ୟେ ଗମୁଥିଲେ

ସମୁଦ୍ର ବକ୍ଷରେ

ଏଗାର ଶହ କିଲମିଟର ଦୂର

ସୁଦୂର ଜାଭା, ସୁମାତ୍ରା ବୋର୍ଣିଓ

ଇଣ୍ଡୋନେସିଆର ଅନେକ ଦୀପ ପୁଞ୍ଜକୁ।

ପୁରୀ ଜିଲ୍ଲା ର ଅରଖକୁଦା

ମୁହାଣ ଠାରୁ

ଗଞ୍ଜାମ ଜିଲ୍ଲାର ରମ୍ଭା ପରିଯନ୍ତ

ସୀମା ସରହଦ ଚିଲିକା ହ୍ରଦର।

ନୀଳାମ୍ବୁ ଚିଲିକା

ନୀଳ ଢେଉ ନାଚି ନାଚି ଯାଏ

ଅସରନ୍ତି ମୀନଙ୍କ ଭଣ୍ଡାର

ଭଳି ଭଳି ପକ୍ଷୀ କଳରବ 

ମୁଖରିତ ହୁଏ

ତୀରେ ତୀରେ ତୀର ବାସୀ

ଅଥବା ଦ୍ଵୀପ ଅଞ୍ଚଳ ଅଧିବାସୀ

ଚିଲିକାକୁ ପୂର୍ଣ୍ଣ ମାତ୍ରାରେ ଉପଭୋଗ କରନ୍ତି।

ମସ୍ତ୍ୟ ଜିବୀ ଙ୍କ ଭାତ ହାଣ୍ଡି

ରାଜ୍ୟ ସରକାରଙ୍କ ରାଜସ୍ୱର ଏକ ମାନ ଦଣ୍ଡ

ଏସିଆ ମହାଦେଶର ଶ୍ରେଷ୍ଠ ଲବଣାକ୍ତ ହ୍ରଦ

ଅବା ପକ୍ଷୀଙ୍କ ଅଭୟାରଣ୍ୟ ଭାବେ

ଅତି ସୁପରିଚିତ।

ଦୁଃଖ ଲାଗେ କହିବାକୁ

ଏହାର ବକ୍ଷରେ ଦିନ ରାତି

ଶହ ଶହ ମେସିନ ଡଙ୍ଗା ର

ଯାତାୟତ ଯୋଗୁଁ

ଜଳ ପ୍ରଦୂଷିତ ହେଉଛି

ଡଲଫିନ ଙ୍କ ସଂଖ୍ୟା

କମି କମି ଯାଉଛି।

ଚିଲିକାକୁ ନେଇ ଗାଆଁ ଗାଆଁ ମଧ୍ୟରେ

 ଗୋଳ ମାଳ ହୁଏ

ହିଂସା ଉପଦ୍ରବ ହୁଏ

ଭାଇଚାରାର ସଂସ୍କୃତି

ଅପସରି ଯାଏ।

ଶାନ୍ତ ସୁଶୀତଳ ପରିବେଶ

ବିଗିଡି ଯାଏ

ତାହାକୁ ଫେରେଇ ଆଣିବାକୁ ହେବ

ଏ ଦାୟିତ୍ଵ ଆମ ସମସ୍ତଙ୍କର

ଖାଲି ସରକାରୀ କଳକୁ ଦୋଷ

 ଲଦି ଦେଲେ ହେବନି

ବରଂ ଚିଲିକା ମଧ୍ୟସ୍ଥ ଅଧିବାସୀ ମାନଙ୍କୁ

ଏ ଦିଗରେ ସଚେତନ ହେବାକୁ ପଡ଼ିବ।

ଯେତେ ସଚେତନ ହେବା

ଚିଲିକାର ଶୋଭା ସମ୍ପଦ

ସେତେ ସୁରକ୍ଷିତ ରହିବ।

ଚିଲିକା ତୀରେ ଠାରୁ ଏଇ ବାର୍ତ୍ତା

ଆଜିର ସଭ୍ୟ ସମାଜକୁ ପରଶି ଦେଉଛି।

ଆସ ଆମେ ମିଳି ମିଶି ଗାଇବା

ଧନ୍ୟ ଲୋ ଚିଲିକା ରାଣୀ ଧନ୍ୟ ତୋର ଶିରୀ

ସୁଖ ଅବା ଦୁଃଖ ଆସୁ ତୁ ସାଥି ସବୁରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action