Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଦେବ ଦାସୀ

ଦେବ ଦାସୀ

1 min
117



ମାହାରୀ ସେବକ ମୁଁହି ହେ ତୁମର

ମୁହିଁ ଛାର ଦେବ ଦାସୀ 

ଦୋଷ ମୋନ ଧର ପ୍ରେମ ରେ ଅନ୍ତର

ଭରି ଦିଅ ହସ ଖୁସି ।


ଭକ୍ତି ପୂତ ଭାବେ ସମର୍ପିତ ମୁଁହି

ପ୍ରଭୁ ହେ ତୁମ ପୟରେ

ତୁମ ସେବା ବିନା ଆନ କେଉଁ ଠାବେ

ଭାବନା ନାହିଁ ମନରେ ।


ଫୁଲ ପରି ବାସ ବିତରି ତୁମର

ହୋଇବି ଗଳାର ହାର

ହରଷ ମନରେ ତୁମରି ପ୍ରେମରେ

ଯାଉ ମୋ ଜୀବନ ଚିର ।


ଚରଣେ ପାଦୁକା କରି ଦିଅ ପ୍ରଭୁ

କରୁ ଥିବି ତୁମ ସେବା

ସୁବାସ ମହକେ ମହକାଇ ଦେବି 

ଚନ୍ଦନ କର ହେ ବାବା ।


ବାସ ବିତରିବି ଭକ୍ତି ରେ ଚଳିବି

ଗାଇବି ଗୁଣ ପ୍ରତିଭା

ବାସେ ଦିଅ ଭରି ଧୂପ କାଠି କରି

କରୁ ଥିବି ତୁମ ସେବା ।


ବସି ଦୀପ ପରି ଆଲୋକିତ କରି

ନାଶିବି ମନ୍ଦିର ତମ

ମୋତେ ଦୀପ ଟିଏ କରି ଦିଅ ଆହେ

ଦୟାମୟ ପ୍ରିୟତମ l


ତୁମ ପୂଜା ଲାଗି ଲାଗି ମୁଁ ହୋଇବି

ଜୀବନେ ଲଗାଇ ବାଜି

ଜୀବନ ମୋହର ସେବାରେ ତୁମର

ସମର୍ପିତ କଲି ଆଜି ।


ସଦା ତୁମ ପ୍ରେମେ ନିମଗନ ମନେ

ବାଢ଼ଇ ଭକ୍ତି ପ୍ରଣତି

ନତ ଶିରେ ମାଗେ ତୁମ ଆଶୀର୍ବାଦ

ସେବେ ତୁମ ପଦେ ନିତି ।


ତନୁ ମନ ସବୁ ପୟରେ ଅର୍ପିଲି

ତୁମରି ପବିତ୍ର ପ୍ରେମେ

ମୋ ଜୀବନ ଚିର ହେଉ ଅଗ୍ରସର

ନାଚି ଗାଇ ତୁମ ନାମେ ।


ମନୁ ଈର୍ଷା , ଦ୍ୱେଷ , ଲୋଭ ଓ ଗରବ

ହରଣ କରିଣ ନିଅ

ଅନ୍ତର ହରଷେ ନାଚି ଗାଇ ସୁଖେ

ସେବା ରେ ଥିବି ହେ ପ୍ରିୟ ।


ପରମ ତୃପ୍ତି ରେ ଘୁଙ୍ଗୁର ର ତାଳେ

ତୁମରି ପାଇଁ ନାଚିବି

ବଞ୍ଚି ଥିବା ଯାଏଁ ତୁମରି ପ୍ରେମରେ

ନିମଗନ ରହି ଥିବି ।



 


Rate this content
Log in

Similar oriya poem from Abstract