STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ନୂଆ ଆଶା ନୂଆ ଦିଶା

ନୂଆ ଆଶା ନୂଆ ଦିଶା

1 min
198


ନୂଆ ବର୍ଷ ନୂଆ ଭାବନା ଆଣିଛି

       ସ୍ୱାଗତିକା ଗାଇ ତାର

ବିଦାୟ ତ ଦେବା ବିଗତ ବର୍ଷ କୁ

       ବିଧି ର ବିଧାନ ସାର।

ଆଜି କଥା କାଲି ନ ଥିବ ହେ ଭାଇ

        ପରିବର୍ତ୍ତନ ସୁଅରେ

 ସୁନ୍ଦର ମନ୍ଦିର ଏ ଆମ ଶରୀର

        ଗଢା ହୁଏ ସଂଯମରେ।

ଦିନ ବହି ଯିବ ସମୟ ବାଟରେ

        ବୟସ ଖସିବ ଧୀରେ

ସତ୍ୟ ଶାନ୍ତି ପଥେ ଚଳୁ ଥିଲେ ନିତ୍ଯ

         ପ୍ରାରବ୍ଧ ଘୁଞ୍ଚିବ ବାରେ।

ନିଜ ଆଚରଣ ନିଜ ଉଚ୍ଚାରଣ

          ଜଗି ଚଳୁ ଥାଏ ଯିଏ

ବିଶ୍ଵ ବିହାରୀ ଙ୍କ ଆଶିଷ ଲଭଇ

          ନୂଆ ବର୍ଷ କହି ଦିଏ।

ନୂତନ ବର୍ଷ ର ନୂତନ ବାରତା

         ଗ୍ରହଣ କରି ସକଳ

ସମାଜେ ଚଳିବା ସୁଧାର ଆଣିବା

        ସାହା ହେବେ ଆଦି ମୂଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action