STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ମାଣ୍ଡିଆ*********

ମାଣ୍ଡିଆ*********

1 min
211


ମାଣ୍ଡିଆ ଅଟଇ ଅତି ସୁଆଦିଆ 

ଖାଦ୍ୟ ଦ୍ରବ୍ୟ ମଧ୍ୟେ ଜାଣ

ଭୋକ ମାରିବାର ସହିତ ସେ ହରେ

ରୋଗ, କଷ୍ଟ , ପୀଡା ମାନ ।


ବହୁତ ରୋଗ ର କରେ ପ୍ରତିକାର

କଲେ ମାଣ୍ଡିଆ ଭୋଜନେ

ଭାତ , ଖିରୀ , ଯାଉ ଆଦି ଖଇ ଥାଉ

ମାଣ୍ଡିଆ ରେ କରି ଆମେ ।


ଧାନ କେଣ୍ଡା ପରି କେଣ୍ଡା ରେ ତା ' ଫଳ

ହୁଅଇ ମାଣ୍ଡିଆ ଶସ୍ୟ

ଅମଳ ଶେଷ ରେ ଆନନ୍ଦ ମନ ରେ

ଚାଷୀ ହୁଅଇ ସନ୍ତୋଷ ।


ବିପୁଳ ଅମଳ ମିଳେ କଲେ ଜାଣ

ମାଣ୍ଡିଆ ଶସ୍ୟ ର ଚାଷ

ଆନନ୍ଦ ଉଲ୍ଲାସ ମଧ୍ୟରେ ରୋଷେଇ

କରି ଖାଉ ସେହି ଶସ୍ୟ ।


Rate this content
Log in

Similar oriya poem from Abstract