Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ପୂର୍ବ ପୁରୁଷ

ପୂର୍ବ ପୁରୁଷ

1 min
134



ପୂର୍ବ ପୁରୁଷ ଙ୍କ ଗୌରବ ଗାରିମା

ବିଶ୍ୱେ ଅତୁଳନ ବିପୁଳ ମହିମା ।

ଯଶ ଖ୍ୟାତି , ମାନ , ସମ୍ମାନ ଶୃଙ୍ଖଳ

ପରିସ୍ଥିତି , ଅନୁଧ୍ୟାନ , ଚିନ୍ତା ଧାରା ।

ସବୁଥିରେ ପୂର୍ଣ୍ଣ ପୂର୍ବ ପୁରୁଷ ଏ

ଜଗତେ ପୂଜିତ ଆଜି ସର୍ବେ ଏବେ ।

ଚେଷ୍ଟା ଜାରି ରଖି ନିଜ ନିଜ କାର୍ଯ୍ୟ

ସାଧି ଅବିରତ ସହୁଥିଲେ କଷ୍ଟ ।

ସଂସ୍କୃତିକ ବିଭା ସଭ୍ୟତା ମହିମା

ଅପାର ଆଲୋକେ ଉଜ୍ୱଳେ ସୁଷମା ।

କଳା , ସାହିତ୍ୟ ର ସର୍ଜନା ନିମଗ୍ନ

ପ୍ରତିଭା ପାଣ୍ଡିତ୍ୟ , ବିଜ୍ଞାନ , ଦର୍ଶନ ।

ସବୁ ଠାରେ ଶ୍ରେଷ୍ଠ ଗୁରୁ ଭାବେ ପୂଜା 

ପାଉଥିଲେ ପୂର୍ବ ପୁରୁଷ  , ଶୂରତl ।

ଶୌଯ୍ୟ , ପ୍ରlକର୍ମ , ଓ ବୀରତ୍ଵ ସାହସ

ପୂରୁବ କାଳ ରେ ପ୍ରଚଣ୍ଡ ପ୍ରକାଶ ।

ପାଇଲା ତାଙ୍କ ହେତୁ ସଦା ସୁଖେ

ଆନନ୍ଦ ରେ କାଳ ଯାପୂ ଥିଲେ ଲୋକେ ।

ଧନ୍ୟ ଧନ୍ୟ ଆମ ପୂର୍ବ ପୁରୁଷଙ୍କ

ଗୌରବ ଗାରିମା ରଖି ଥିଲେ ଟେକ । 

ଜାତୀୟ ପ୍ରାଣ ରେ ପୁଣ୍ୟ ପୁଲକରେ 

ଭରି ଦିଏ ଦିବ୍ୟ ଚେତନା ମନରେ ।


ପୂର୍ବ ପୁରୁଷ ଙ୍କ ଗୌରବର ଗାନେ 

ଜାତି ପ୍ରେମ ଶ୍ରଦ୍ଧା ସଞ୍ଚରାଇ ମାନେ ।

ଦିଏ ନବ ତେଜ , ସାହସ , ଉତ୍ସାହ

ଜାଗୃତି , ଶକତି , ଭାବ ଅହରହ ।





Rate this content
Log in

Similar oriya poem from Action