STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ସପନ ଦୀପରେ ଆଶା ସଳିତା

ସପନ ଦୀପରେ ଆଶା ସଳିତା

1 min
125


ଆଶା ସଲିତା ଟି ଥିବା ହେତୁ ସିନା

ଜଳଇ ସପନ ଦୀପ

ଯେତେ ଯାଏଁ ଆଶା ବାନ୍ଧି ଥିବ ବସା

ସହୁ ଥିବ ପଶ୍ଚ।ତାପ ।

ଆଶା ର ବିନାଶ ସପନ ର ଶେଷ

ସବୁ ଧର୍ମ ବାଣୀ ଏହି

ଧରମ ଦର୍ଶନ  କରିଛି ପ୍ରମାଣ

ଆଶା ବିନା ସ୍ଵପ୍ନ ନାହିଁ ।

ଆଶା ହିଁ ସକଳ ଦୁଃଖ ର କାରଣ

କହି ଅଛନ୍ତି ସଭିଏଁ

ଆଶା ହିଁ ଉନ୍ମତ୍ତ କରାଏ ପ୍ରାଣୀ କୁ

ସପନ ପଥେ ଭ୍ରମାଏ ।

ସପନ ଟି ସିନା ଅଟେ ଅନ୍ଧକାର

ଆଶା ସଳିତା ଟି ତହିଁ

ଆତ୍ମା ତୈଳ ଯୋଗେ ଆଶା ଓ ସମ୍ଭୋଗେ

ବାଇ ହୋଇ କଷ୍ଟ ସହି ।

ଚାଲି ଥାଏ ନିତି ଅନନ୍ତ ତା ଗତି

ଜଳଇ ସପନ ଦୀପ

ନବ ନବ ଭାବ ସଂସ୍କାର ଉଦ୍ଭବ 

ହୁଏ ଆଶା ଅନୁରୂପ ।

ଆଶା ହିଁ ଯୋଗାଏ ପରାଣେ ପ୍ରେରଣା

ଈଶ୍ୱର ପ୍ରାପ୍ତି ନିମନ୍ତେ

ଈଶ୍ୱର କୃପା ରେ ଆଶା ନାଶ କରେ

ଦୁଃଖ କଷ୍ଟ ପୀଡ଼ା ଯେତେ ।

 ଆଶା ର ନିଶେଷ ହୁଅନ୍ତେ ଯେ ଦୃଶ୍ୟ

ଅକ୍ଷୟ ସପନ ଧାରା

ଦୀପ ଶିଖା ଲିଭି ଯିବା ପରି ଲିଭି

ସମାପ୍ତ ସପନ ଲୀଳା ।

ଆଶା ସଳିତା ଟି ଥିବ ଯେତେ ଯାଏଁ

ଦେଖିବ ନିତି ସପନ

ଆଶାର ବିନାଶ ସପନ ର ଶେଷ

ଦୀପ ଲଭଇ ନିର୍ବାଣ ।



Rate this content
Log in

Similar oriya poem from Romance