ଭୂରି ଭୋଜନ
ଭୂରି ଭୋଜନ
ଜୀବନ ର ମାନେ ନୁହଁ
ପ୍ରାଚୁର୍ଯ୍ୟ ର ଭୋଗ ବିଳାସ
ଶୀତତାପ ନିୟନ୍ତ୍ରିତ କଠୋରି ରେ
ରୂପବତୀ ରୂପସୀ ର କର ସ୍ପର୍ଶ ରେ
ବାହ୍ୟାଇନ୍ଦ୍ରୀୟ ଲାଳସା l
ପଞ୍ଚ ତାରକା ଭୋଜନାଳୟ ରେ
ସ୍ୱାଦିଷ୍ଠ ସୁମିଷ୍ଠ ଭୂରି ଭୋଜନ
ପ୍ରାଚୂର୍ଯ୍ୟ ପୂର୍ଣ୍ଣ ଭରା ଯାନବାହାନ ର ବ୍ୟବହାର
ପ୍ରଭୂତ୍ଵ ର ପରାକାଷ୍ଠା ପୂର୍ଣ୍ଣ ।
ଜୀବନ ର ମାନେ ହେଉଛି
ସ୍ରଷ୍ଟା ଓ ସୃଷ୍ଟି ଙ୍କ ନିହିତ
ଉଦ୍ଦେଶ୍ୟ ସାଧନା ରେ ନିଜକୁ ପ୍ରତିକ୍ଷଣ
ଲେପି ଦେବା ପାଇଁ
କର୍ମ ନିଷ୍ଠା ର ବିନ୍ଦୁ ବିନ୍ଦୁ ପ୍ରଲେପ ।
ସମୟ ର ନିରନ୍ତର ଗତି ରେ
କର୍ମ ତତ୍ପରତା ରେ ପ୍ରତି କ୍ଷଣ
ନିଜକୁ ହଜେଇ ଦେବାର ପରମ ଆନନ୍ଦ ।
ଗଢି ତୋଳିବାକୁ ସେହି ସ୍ବଧର୍ମ
ସ୍ବପ୍ନ ର ତାଜ ମହଲ।
ଜନ୍ମଦାତ୍ରୀ ଓ ସହଧର୍ମିଣୀ ର
ସ୍ଵହସ୍ତ ରେ ପ୍ରସ୍ତୁତ
ସୁଷମ ଖାଦ୍ୟ ର ଆତ୍ମିକ ପୀୟୂଷ l
