STORYMIRROR

Rabindra kumar Sahoo

Abstract Action

3  

Rabindra kumar Sahoo

Abstract Action

ମୁଁ ନୁହେଁ ଆମେ

ମୁଁ ନୁହେଁ ଆମେ

1 min
111

  

   ପ୍ରିୟା ପ୍ରୀତିରେ ପଡିବାନି

   ବଞ୍ଚିବା ଯଦି ଆସ ସମୂହ ପାଇଁ

   ମୁଁ ନୁହେଁ କିଛି ସବୁ କିଛି ଆମେ

   ମୁଁ ଓ ତୁମେ ମିଶି ତୋଳିବା

   ବିକାଶର ତାଜମହଲ

   ସବୁ ର ମୂଳ ମୁଁ ନୁହେଁ

   ସବୁରି ମୂଳେ ମୁଁ ନୁହେଁ ଆମେ ।


   ସ୍ତ୍ରୀ ସନ୍ତାନ ସନ୍ତତି ମୋର

   ସବୁ କରନ୍ତି ମୋତେ ସ୍ଵାର୍ଥପର

   ହେଲେ କିଛି ନୁହେଁ ମୁଁ ର ମୂଲ୍ୟ

   ସବୁରି ପାଇଁ ଲୋଡା

   ସମୂହ ସ୍ଵାର୍ଥର

   ଜୀବନ ଜୀବିକା ଅବା l

   ହେଉ ଘର ପରିବାର

   ସବୁଠି ଲୋଡା ମୁଁ ନୁହେଁ ଆମେ ର

   ସ୍ଵାର୍ଥ ରହିତ ଜୀବନ

   ଆବଶ୍ୟକ ଏ ମାନବ ସଭ୍ୟତା ର

   ମୁଁ ହିଁ ଆତ୍ମ ଗର୍ବ

   ମୁଁ ହିଁ କାରଣ ବିନାଶର

   ସବୁଠି ଆବଶ୍ୟକତା ରହିଛି

   ମୁଁ ନୁହେଁ ଆମେ ର ।


    କାର୍ଯ୍ୟାଳୟ ଠାରୁ ଭାର୍ଯ୍ୟାଳୟ ଯାଏଁ

    ସଂଘର୍ଷ ସବୁଠି ପ୍ରକୃତି ସହ ମଣିଷର

    ଜ୍ଞାନ ବିଜ୍ଞାନର ଦ୍ଵାହି ଦେଇ

    ମଣିଷ ଭାବୁଛି ନିଜକୁ ଜ୍ଞାନର ଭଣ୍ଡାର

    ସାମୂହିକତାରେ ଅଛି ଯେଉଁ ଆନନ୍ଦ

    ମନୁଷ୍ୟ ବୁଝେ କି ମହତ୍ତ୍ଵ ତା'ର

    ମାୟା କୁହୁଡି ପହଁରି

    ମଣିଷ ଚାହେଁ କରିବାକୁ 

    ତା'ର ସୁଖର ସଂସାର

    କିନ୍ତୁ ଶାସ୍ତ୍ର କହିନି କେଉଁଠି

    ହେବା ପାଇଁ ସ୍ଵାର୍ଥପର

    ସ୍ଵାର୍ଥ ରୁ ଉର୍ଦ୍ଧ୍ବ କୁ ଯାଇ

    ସାମୂହିକତା ସାମାଜିକତାରେ

    ତିଳେ ରଖ ଲୟ ତୋର

    ମୁଁ ନୁହେଁ ଆମେ ରେ

    ସର୍ବଦା ରଖ ମନ ନିରନ୍ତର

    ମୁଁ ରୁ ଆମେ ଅଟେ ମହତ୍ତର

    ମୁଁ ନୁହେଁ ଆମେ ଅଟେ

    ଆମ ସଭିଙ୍କ ପାଇଁ ଶ୍ରେୟସ୍କର।


  

      

     

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract