STORYMIRROR

Dillip Mandal

Fantasy

3  

Dillip Mandal

Fantasy

ଝିପ୍ ଝିପ୍ ବରଷା

ଝିପ୍ ଝିପ୍ ବରଷା

1 min
222

ଝିପ୍ ଝିପ୍ ବରଷା ପଡୁଛି ଝରି 

ପ୍ରିୟା କଥା ମନେ ପଡୁଛି ଭାରି

ଦେଖି ମୋ ପ୍ରିୟାର ଆଖି କଜଳ 

ରାଗ ତମ ତମ କଳା ବାଦଲ

ଧିକ ମନେ କରି ଯିବାକୁ ମରି

ବରଷା ହୋଇ ସେ ପଡ଼ଇ ଝରି

ବରଷା କୁ ସିନା ଭଲ ପାଏ ପ୍ରିୟା

ବିଜୁଳି ରାଣୀକୁ ଯାଏ ସେ ଡରି

ଝିପ୍ ଝିପ୍ ବରଷା ପଡୁଛି ଝରି ।।


ବରଷା ଆସିଲେ ଦୂର ଆକାଶେ

ଢେଉ ଖେଳ ପ୍ରିୟା ମୁକୁଳା କେଶେ

ବରଷାରେ ଯେବେ ଭିଯେ ଲାଜେଇ

ପାଟଳ ଓଠରୁ ମୋତି ଝରଇ

ମୁଁ ଯଦି ହୁଅନ୍ତି ବରଷା ଟିଏ

ତା ଦେହେ ବରଷି ଯାନ୍ତି ହାଏ

ଭାବନା ରାଇଜେ ଭାବୁ ଭାବୁ କଥା

ଭାବନା ମୋହର ଗଲାଣି ସରି

ଝିପ୍ ଝିପ୍ ବରଷା ପଡୁଛି ଝରି ।।


ଝିପ୍ ଝିପ୍ ବରଷା ପଡୁଛି ଝରି 

ପ୍ରିୟା କଥା ମନେ ପଡୁଛି ଭାରି

ବରଷା ନେଇତୁ ମୋ ସନ୍ଦେଶ

ପହଞ୍ଚାଇଦେବୁ ମୋ ପ୍ରିୟା ପାସ

ପ୍ରେମିକ ପ୍ରବର ଅନାଇ ବସିଛି

ଆସିବା କେବେ ସେ ଚଢି ସବାରି 

ଝିପ୍ ଝିପ୍ ବରଷା ପଡୁଛି ଝରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy