STORYMIRROR

Dillip Kumar Mandal

Others

3  

Dillip Kumar Mandal

Others

ଜହ୍ନ

ଜହ୍ନ

1 min
552


ଜହ୍ନ ରେ ଜହ୍ନ, ଜହ୍ନ ରେ ଜହ୍ନ

ତୋତେ ଦେଖି କାଇଁ ଖୁସିରେ ପୁରୁଛି

ଏଇମୋ ବାଳୁତ ମନ ।।

ମନେ ପଡେ ମୋର ସେ ପିଲାଦିନ

ବୁଝେଇବା ପାଇଁ ଅବୁଝା ମନ

ବୋଉ କହୁଥିଲା ସରଗ ଶଶୀ

ମୋ ପୁଅ ହାତରେ ପଡ ତୁ ଖସି

ଖସିଲୁନି ତୁହି ତୋର ବାଟ ଚାହିଁ

ବିତିଗଲା କେତେ ଦିନ

ଜହ୍ନ ରେ ଜହ୍ନ, ଜହ୍ନ ରେ ଜହ୍ନ ।।


ଜହ୍ନ ରେ ଜହ୍ନ,ଜହ୍ନ ରେ ଜହ୍ନ

ତୋତେ ଦେଖି ଆଜି ମନେ ପଡିଯାଏ

ସେଇମୋ ଅଭୁଲା ଦିନ

କଥା ଦେଇଥିଲି ପ୍ରିୟାକୁ ମୋର

ରାଇଜରେ ତୋର କରିବି ଘର

ପାରିଲିନି ତୋଳି ଘରଟିଏ ବୋଲି

ଭାଙ୍ଗିଲା ପ୍ରିୟାର ମନ

ଜହ୍ନ ରେ ଜହ୍ନ,ଜହ୍ନ ରେ ଜହ୍ନ ।।


ଜହ୍ନ ରେ ଜହ୍ନ,ଜହ୍ନ ରେ ଜହ୍ନ

ବିଶାଳ ଆକାଶେ ଚନ୍ଦ୍ରମାରେ ତୋର

ମୋହିଲୁ ସଭିଙ୍କ ମନ

କିଏ କହେ ତୋତେ ଜହ୍ନମାମୁ ପୁଣି

କିଏ କହେ ପ୍ରିୟତମା

ଭାବୁକ ମନର ଭାବନା ଟେ ତୁହି

ପ୍ରେମିକର ମନରୋମା

ସଭିଙ୍କ ମନରେ ତୋପାଇଁ ସେନେହ

ରହିଥିବ ସବୁଦିନ

ଜହ୍ନ ରେ ଜହ୍ନ,ଜହ୍ନ ରେ ଜହ୍ନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍