STORYMIRROR

Dillip Mandal

Fantasy

4  

Dillip Mandal

Fantasy

ରୁପସୀ

ରୁପସୀ

1 min
9

ରୂପ ରାଇଜର ରୁପସୀ ମୋ ପ୍ରିୟା

କିଏ ହେବ ତାର ରୂପରେ ସରି

ମରାଳ ଗମନା ସେ ନୀଳ ନୟନା

ପରି କି ମାନବି ପାରୁନି ବାରି ll

ଅଥୟ ହେଉଛି ଜହ୍ନର ମନ

ଦେଖୁବାକୁ ମୋର ପ୍ରିୟା ନୟନ

ଜହ୍ନର ଜନନୀ ନ ପାରେ ସହି

ଦିବସେ ଜହ୍ନକୁ ବାନ୍ଧି ରଖଇ

ଲୁହେ ଭିଜିଯାଏ ଜହ୍ନର ଆଖି

ଅନୁରୋଧ କରେ ମାକୁ ଡାକି ll

ମା ଶୁଣୁନାଇଁ ତାହାର କଥା

ଦିବସେ ବଢ଼ଇ ଜହ୍ନର ବ୍ୟଥା

ରାତ୍ର ଶୋଇଗଲେ ମା ତାହାରି

ଲୁଚି ଲୁଚି ଜହ୍ନ ଘରୁ ବାହାରି

ରାତ୍ର ସାରା ଉଜାଗର ସେ ରହି

ମୋ ପ୍ରିୟା ବାଟକୁ ରହୁଛି ଚାହିଁ

ଶୟନେ ରତ ସେ ରାଜ ନନ୍ଦିନୀ

ଉଜାଗରେ ଜହ୍ନ ପାହେ ରଜନୀ

ରାତି ସରି ଯେବେ ସକାଳ ହୁଏ

ମା ଭୟେ ଜହ୍ନ ଘରକୁ ଯାଏ ll

କି ବର୍ଣ୍ଣିବି ପ୍ରିୟା ରୂପ ତୁମରି

କିଏ ହେବ ତମ ରୂପରେ ସରି

ଗଜ ଗାମିନୀ ଗୋ ସୁନ୍ଦର ଚାଲି

ପରି କି ମାନବି ପାରୁନି ବାରି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy