STORYMIRROR

Dillip Kumar Mandal

Others

2  

Dillip Kumar Mandal

Others

ଲାଜକୁଳୀ ପ୍ରିୟା

ଲାଜକୁଳୀ ପ୍ରିୟା

1 min
427


ଲାଜ କୁଳି ପ୍ରିୟା ଲାବଣ୍ୟବତୀ

ଅଳପ କୁହଇ ମଉନାଵତୀ

ତମ ସପନରେ ପ।ହୁଛି ରାତି

ତମେ କେମିତି ଶୋଉଛ ରାତିରେ

ତମ ମାନସପଟର ଇପ୍ସିତ ପୁରୁଷ

ନୀତି ମରେ ତୁମ ପ୍ରୀତିରେ ।।।


କୋଟି ରେ ଗୋଟିଏ ପ୍ରିୟା ମୋହରି

ପରି ରାଇଜର ସେ ନୀଳ ପରି

ରୂପ ରାଇଜର ରାଜକୁମାରି

ସତେ କି ଜୀବନେ ଆସିବ

ମନ ରାଇଜର ରାଜ ପ୍ରାସାଦରେ

ରାଣୀ ଟିଏ ହୋଇ ବସିବ ।।।


ଲାଜେଇ ପ୍ରିୟାର ଲାଜ ଗହଣା

ନୁହେଁ ତାର ସରି ରୂପା କି ସୁନା

ଲାଜ ତାର ଦେଖି ଭାଙ୍ଗେ ଆଇନା

କୋଉଠୁ ଆସିଲ ସୁନ୍ଦରୀ

ତୁମ ଲାଜ ଦେଖି ଇର୍ଷାରେ ଜଳନ୍ତି

ଶହେ ସରଗର ନୀଳ ପରି ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍