STORYMIRROR

Dillip Kumar Mandal

Others

4.0  

Dillip Kumar Mandal

Others

ବଡ ଉପହାର

ବଡ ଉପହାର

1 min
870


ସ୍ୱାର୍ଥପର ଦୁନିଆରେ ସବୁ ସ୍ୱାର୍ଥପର

ସ୍ୱାର୍ଥ ଥିବା ଯାଏଁ ଏଠି ସଭିଏଁ ନିଜର

ସ୍ୱାର୍ଥନ୍ୟାସୀ ମଣିଷର ସ୍ୱାର୍ଥ ସବୁ କିଛି

ସ୍ୱାର୍ଥ ସରିଗଲେ କେହି ନୁହେଁ କାହାର

ସ୍ୱାର୍ଥ ନଥାଇ ସ୍ନେହ କରେ ଏଠି ଯିଏ

ମା ମୋର ଜୀବନର ବଡ ଉପହାର

ମା ମୋର ଜୀବନର ବଡ ଉପହାର ।।


ଦଶ ମାସ ଦଶ ଦିନ ଗରଭରେ ଧରି

ଜନମ ଦେଇଛି ସିଏ କଷ୍ଟକୁ ଆଦରି

ପାଦେ ଯେବେ ଫୁଟିଯାଏ କଣ୍ଟା ଟିଏ ମୋର

ଲୁହ ନୁହେଁ ଆଖିରୁ ତା ଝରଇ ରୁଧିର

ପୁଅର ସ୍ୱାର୍ଥରେ ସ୍ୱାର୍ଥ ନିହିତ ଯାହାର

ମା ମୋର ଜୀବନର ବଡ ଉପହାର

ମା ମୋର ଜୀବନର ବଡ ଉପହାର ।।


ଭଗବାନ ନ ରୁହନ୍ତି ବୋଲି ସବୁଠାରେ

ସୃଷ୍ଟି କରିଛନ୍ତି ସିଏ ମା ଦୁନିଆରେ

ପୁଅ ଅଟେ ମା ମନ ସୁନାର ଚଢେଇ

ରଖିଥାଏ ଜତନରେ ସ୍ନେହ ଶ୍ରଦ୍ଧା ଦେଇ

ସାଗରଠୁ ବିଶାଳ ହୃଦୟ ଯାହାର

ମାଟି ଆଉ ଆକାଶର ସିଏ ସମାହାର

ମା ମୋର ଜୀବନର ବଡ ଉପହାର

ମା ମୋର ଜୀବନର ବଡ ଉପହାର ।।


Rate this content
Log in