ସ୍ୱାଗତମ୍ ସ୍ୱାଗତମ୍ ହେ ଅଗଷ୍ଟ ପନ୍ଦର
ସ୍ୱାଗତମ୍ ସ୍ୱାଗତମ୍ ହେ ଅଗଷ୍ଟ ପନ୍ଦର


ତୁମେ ପରାଧିନତାର ପରାଜୟ
ତୁମେ ସ୍ବାଧୀନତାର ବିଜୟ
ତୁମେ ନବ ଭାରତର ବିନ୍ଧାଣୀ
ତୁମେ ବିଜୟ ଗାଥାର ଗାହାଣି
ତୁମେ ଜନ ଗଣ ମନ ନାୟକ
ତୁମେ ଆମ ସ୍ବରାଜର ଜନକ
ତୁମ ନାମଟି ସରସ ସୁନ୍ଦର
ସ୍ୱାଗତମ୍ ସ୍ୱାଗତମ୍ ହେ ଅଗଷ୍ଟ ପନ୍ଦର ।।
ତୁମ ପାଇଁ ଲାଲକିଲା ଆକାଶେ
ଆଜି ତ୍ରିରଙ୍ଗା ପତାକା ଝଲସେ
ଏହି ବିଜୟ ଦିବସ ପର୍ବରେ
ପ୍ରତି ଭାରତୀୟ ଗର୍ବରେ
କରେ ଭାରତ ମାତାର ଜୟଗାନ
ଆନନ୍ଦେ ଗାଏ ଜନ ଗଣ ମନ
ତୁମ ନାମଟି ସରସ ସୁନ୍ଦର
ସ୍ୱାଗତମ୍ ସ୍ୱାଗତମ୍ ହେ ଅଗଷ୍ଟ ପନ୍ଦର ।।
ଯେବେ ହୋଇଲା ଭାରତ ସ୍ୱାଧୀନ
ଆମେ ପାଇଲୁ ଆମ ସମ୍ବିଧାନ
ଆମ ଶାସନ ଆମରି ହାତରେ
ଆମ ବିଶ୍ୱାସ ଆମ ଗଣତନ୍ତ୍ରରେ
ଧର୍ମ ନିରପେକ୍ଷ ଆମ ସମ୍ବିଧାନ
ସେ ସବୁ ଧର୍ମର କରେ ସମ୍ମାନ
ଭାରତ ବିଶ୍ଵର ଗଣତନ୍ତ୍ର ମନ୍ଦିର
ସ୍ୱାଗତମ୍ ସ୍ୱାଗତମ୍ ହେ ଅଗଷ୍ଟ ପନ୍ଦର ।।