STORYMIRROR

Dillip Kumar Mandal

Others

3  

Dillip Kumar Mandal

Others

ନାଁଟି ମୋର ଘର

ନାଁଟି ମୋର ଘର

1 min
503


ନାଁଟି ମୋର ଘର

ବିଶାଳ ହୃଦୟ ମୋର

କାହାକୁ ନକରି ପର

ସଭିଙ୍କୁ କରେ ନିଜର

ମୋ ଦେହେ ଖୁସିରେ

ଆଶ୍ରୟ ନିଅନ୍ତି

କେତେ ସୁଖୀ ପରିବାର

ନାଁଟି ମୋର ଘର ।।


ନାଁଟି ମୋର ଘର

ଗରିବଟେ କହେ କୁଡ଼ିଆ

ଧନୀଙ୍କ ପାଇଁ ମୁଁ କୋଠା

ମହାରାଜାଙ୍କର ରାଜପ୍ରାସାଦ ମୁ

ସୁଖିଙ୍କ ପାଇଁ ମନ୍ଦିର

ନାଁଟି ମୋର ଘର ।।


ନାଁଟି ମୋର ଘର

କିଏ ତୋଳେ ମୋତେ ଜହ୍ନରେ

କିଏ ତୋଳେ ମୋତେ ମନରେ

ଜିତିବାକୁ ମନ ପ୍ରିୟାର

ନାଁଟି ମୋର ଘର ।।


ନାଁଟି ମୋର ଘର

ଆଶ୍ରୟ ଦେଇଛି

ସବୁ କଷ୍ଟ ସହି

ମୁଣ୍ଡରେ ରଖି ଛପର

ସହିଛି କେତେ ଖରା ବରଷା

କେତେ ଯେ ସିତ କାକର

ନାଁଟି ମୋର ଘର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍