ତାକୁ ପଚାରିଲି
ତାକୁ ପଚାରିଲି


ତାକୁ ପଚାରିଲି କିଛି ନକହି
ତୋତେ ବି ସେଇୟା ଲାଗୁଛି ନା ?
ହୁଁ ! ଦୀର୍ଘଶ୍ୱାସଟିଏ ଛାଡ଼ି
ଉତ୍ତର ଦେଲା ସେ କିଛି ନକହି ।
ଭବିଷ୍ୟତଟା ତା' ପାଇଁ ସବୁଠୁ ବଡ଼ ଚିନ୍ତା ,
ଆସନ୍ତା କାଲି କଥା ଭାବି
ଆଜିକୁ ଦଳିଦେବାଟା ହିଁ
ସେ ଭଲ ବୋଲି ଭାବେ ।
କ'ଣ ହେବ ଦୁଇଦିନିଆ ଅମୃତର ,
ସ୍ୱର୍ଗର ଜୀବନ ?
ଯେବେ ମୃତ୍ୟୁ ହିଁ ଶେଷ ଗନ୍ତବ୍ୟ ।
ପୁଣି ପଚାରେ ନିଜକୁ
କାହା ସହ ତୁ ଏତେ କଥା ହେଉ ?
କେହି ତ ନାହାନ୍ତି ଏଠି !
ପ୍ରଶ୍ନ ପଚାରିବା ଲୋକଟି
ଆଉ ଉତ୍ତର ଦେବା ଲୋକଟି
କ'ଣ ଅଲଗା ନା ସ୍ୱୟଂ ସେ ନିଜେ ?
ନିଜ ନ
ିସଙ୍ଗତାକୁ ଭୁଲାଇବା ଚେଷ୍ଟାରେ
ନିଜ ରଙ୍ଗରେ ଚିତ୍ରିତ କରି
ଗଢ଼ିଛି ସେ ଆଉ ଏକ ରୂପ
ଯାହା ସହ ସେ ବାଣ୍ଟେ
ତା' ଅକୁହା ବେଦନା ।
ନହେଲେ ସେ କ'ଣ ବଞ୍ଚି ପାରିବ ଏକା ?
ଏହି ନିସଙ୍ଗତାକୁ ଡ଼ରି
କେତେ କିଏ ନିଜର
ଅତି ପ୍ରିୟ ସ୍ୱପ୍ନସବୁକୁ ବଳିଦେଇ
ସମର୍ପଣ କରିଦେଇଛନ୍ତି
ମଣିଷ ଖିଆ ସମାଜ ସାମ୍ନାରେ ।
ଏ ରକ୍ତପିପାଶୁଙ୍କ ଠୁଁ ଦୂରେ ରହିବା ପାଇଁ ତ
ସେ ଗଢ଼ି ତୋଳିଛି ତା ଭିତରେ
ଆଉ ଏକ ମଣିଷକୁ ।
ହେଲେ କେତେ ଦିନ ଆଉ
ତୁ ଲଢ଼ି ପାରିବୁ ?
ତାକୁ ପଚାରିଲି କିଛି ନକହି ।