STORYMIRROR

Bhaswati Basu

Romance Abstract Others

2  

Bhaswati Basu

Romance Abstract Others

ପ୍ରତିଟି ମୁହୂର୍ତ୍ତର ପାଦ ଶବ୍ଦ

ପ୍ରତିଟି ମୁହୂର୍ତ୍ତର ପାଦ ଶବ୍ଦ

1 min
13.3K


ପ୍ରତିଟି ମୁହୂର୍ତ୍ତର ପାଦ ଶବ୍ଦ ଶୁଭୁଛି।

ମୋର ପ୍ରତିଟି ନିଶ୍ୱାସ

ମତେ ଗଣଉଛି ତୁମ ନିଶ୍ୱାସର ହିସାବ।

ତୁମଠୁ ଚୋରେଇଥିବା କଲମର

କାଳି ସରି ଆସୁଛି।

ହାତ ଏତେ ହେମାଳ ଯେ

ହୃଦୟ ଉପରେ ପାପୁଲି ଥୋଇଲେ

ମନ ସାରା ଚରି ଯାଉଛି

ବରଫ ପାଣିର ଶୈତ୍ୟ।

ତୁମ ହଳଦିଆ କାନ୍ଥ

ତା ରଙ୍ଗ ବଦଳେଇ ସାରିଥିବ।

ଜାଗା ବଦଳେଇଛି

ତୁମ ଅଣଓସାରିଆ ଖଟ ବି।

ଏବେ ତ ସେଇଟା ଏତେ ବିଶାଳ ଯେ

ଡର ଲାଗେ ଶୋଇବାକୁ

କାଳେ ଏକା ହେଇଯିବି।

ଏବେ ବି ମୁଁ ତମକୁ ଖୋଜୁଛି।

ତାଳୁରୁ ତଳିପା ଯାଏଁ

ଛଳ ଛଳ, ଓଦା ଓଦା

କିଛି ପ୍ରେମମାନଙ୍କରୁ ଉଷୁମ ଖୋଜୁଛି।

ଜାଣିଛି ତ ଏ ବର୍ଷ ଜାନୁଆରୀ ଠାରୁ

ଫେବ୍ରୁଆରୀ ବେଶୀ ଥଣ୍ଡା ହବ।


Rate this content
Log in

Similar oriya poem from Romance