STORYMIRROR

Akshayakumar Dash

Fantasy

3  

Akshayakumar Dash

Fantasy

ଦୋଳି

ଦୋଳି

1 min
11.3K


ମାଧବୀ ବା ଶିଆଳି ଲତାରେ

ରାଧା ରାଧା ବଂଶୀ ର ସ୍ଵନରେ

ପବନ ସାଥିରେ

ଏବେ ସବୁବେଳେ 

ମନମୋର ଦୋଳିଖେଳେ

ଆଗକୁ ବାହିଲେ ଯେତେ

ଫେରିଆସେ ସେତେ

ନିଧିଷ୍ଠ ଗୁଳାରେ

ଝୁମିଝୁମି ଆସିଗଲେ ନିଦ

ଥମିଯାଏ ଜୀବନ ସଙ୍ଗୀତ

ଦୋଳିସହ ସମ୍ପର୍କ ର ସେତୁ

ବାନ୍ଧିବାକୁ ପ୍ରସ୍ତୁତ ମୁହୂର୍ତ୍ତ

ଦୋଳିରେ ଝୁଲୁଛେ ଆମେ

ଓଲଟ ବୃକ୍ଷଟିଏ ସାକ୍ଷୀ

କୁମାର କୁମାରୀ ଅବା ଶିଶୁ

ଶ୍ରୀମନ ଶ୍ରୀମତୀ

ଯୁବକ ଯୁବତୀ

ଦୋଳି ଖେଳ ମାତି

ଅବଶର ସମୟର ସାଥି

କ୍ଲାନ୍ତ ତନୁ ମନ ଶାନ୍ତ 

ଖୁସି ଉଲ୍ଲାସ ଶ୍ରଦ୍ଧ।ରେ ଦିଏ ଆଲିଙ୍ଗନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Fantasy