STORYMIRROR

Lunar Das

Romance Fantasy

3  

Lunar Das

Romance Fantasy

ମୁକ୍ତି ର ଆଳୟ

ମୁକ୍ତି ର ଆଳୟ

1 min
11.7K

ସେଇ ମେଘ ମଲ୍ଲାର ରେ

ମୋ ଦୁର୍ଲଭ ହସ ଟିକୁ

ମୁଁ ଅନେକ ଦିନରୁ ହଜାଇ ଦେଇଥିଲି

ତୁମେ ପୁଣି ଫେରି ଆସିଲ ପ୍ରିୟ

ଅନେକ ଦିନ ର ବ୍ୟବଧାନ ପରେ


ମୁକ୍ତି ର ଆଳୟ ଟେ ଖୋଜିଥିଲି ଦିନେ

ଦୁର୍ବଳ ସମୟ ର ଅବଶେଷ ବେଳେ

ମୁଁ ଜାଣିଥିଲି ତୁମେ ପୁଣି ଥରେ ଫେରିବ

ମୋ ଆତ୍ମା ର ଅନ୍ୱେଷଣ ପରେ


ଏବେ ଏ ବନ୍ଧନ ର ବେଦନା ରୁ

ମୁକ୍ତ ହୋଇ ଗଲି ମୁଁ

ମଝିରେ ଅନେକ ଫଗୁଣ ଫେରିଗଲା

ଅସରନ୍ତି ମୁହୂର୍ତ୍ତ ସବୁ

ଅପେକ୍ଷା ରେ ହଜିଗଲା


ଭାବୁଥିଲି ତୁମ କଥା 

ଅନେକ ଅସ୍ଥିର ମନ ରେ

ତୁମେ କେବେ ଫେରିବ,

ମୋର ଶେଷ ଖୁସି ଟିଏ

ବାଣ୍ଟିଦେବୀ ତୁମ ପାଖେ 

ପୁଣି ତୁମେ କହିବ,

ଓଃ ତୁମେ ହସ ନା...... ପୂର୍ବ ଭଳି

ସେଇ ପ୍ରଗଲ୍ଭା ର ମତୁଆଲା ଠାଣିରେ,

ଯେଉଁଠି ଲକ୍ଷେ ବିରହ ରେ

ମାଦକତା ଭରି ଯାଉଥିଲା


ଏ ଜୀବନ ର ଅର୍ଥ ନୁହେଁ,

ବୃଥା ବେଦନା ରେ

ନିଜକୁ ତିଳ ତିଳ କରି ମାରିଦେବା


ତୁମେ ପୁଣିଥରେ ହସ ପ୍ରିୟା!

ଦିଗ୍ ବଳୟ କୁ ଛୁଇଁ ଲା ପରି

ଯେଉଁଠି ହଜାରେ ବସନ୍ତ ଝୁମି ଉଠିବେ

ତୁମରି ହସ ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance