କିଏ ସେ ?
କିଏ ସେ ?
ଦିନକୁ ଦିନ ତାକୁ ଏଇମିତି ଲାଗେ
କି ସେ ଏ ପୃଥିବୀର ନୁହେଁ ,
ସେ କାହାର ବୋଲି କାହାର ନୁହେଁ ।
ତା'ର ନିଜର ବୋଲି
ଏଠି କେହି ନାହାଁନ୍ତି ।
ତା' ଭଳି କଥା ହେଉଥିବା ,
ସୁଖ ଦୁଃଖ ଭୋଗୁଥିବା
ଲୋକ ଗୁଡ଼ାକ ସତରେ
କେହି ବି ଏଠି ତା' ଭଳି ନୁହଁନ୍ତି ।
ସବୁବେଳେ ପ୍ରଶ୍ନ ଗହଳିରେ
ଦିନ କାଟିକାଟି
ତା'ର ମନ ଆଉ ଇନ୍ଦ୍ରିୟ ସବୁ
ବଧିରା ହୋଇ ଗଲେଣି ।
ତା' ନିଜ ବିଚିତ୍ରତାକୁ ନେଇ
ସେ ନିଜେ ତ ରହସ୍ୟ ଘେରରେ
ଆଉ କାହା କଥା କ'ଣ ବୁଝିବ ?
ଦିନେ ସବୁ ଛାଡ଼ିଯିବ
ଆଉ ମିଶିଯିବ ବୋଲି ସେ ଜାଣେ
ତଥାପି ଜୀବନ ସାରା ଅବିରତ
ସଂଗ୍ରାମ କରିଚାଲିଥାଏ
ନିଜକୁ ବଞ୍ଚାଇ ରଖିବାକୁ ,
କି ଅମର ହେବାକୁ ।
ସର୍ବ ଶେଷରେ
ପୁଣି ସେହି ପୁରୁଣା ପ୍ରଶ୍ନ
କିଏ ସେ ?