STORYMIRROR

Priyaranjan Biswal

Abstract Fantasy Others

3  

Priyaranjan Biswal

Abstract Fantasy Others

ଅହଂକାର

ଅହଂକାର

1 min
49

ଯାହାର ହୃଦୟେ

         କରଇ ମୁଁ ବାସ

ତାହାରି ପ୍ରଥମେ

          କରେ ସର୍ବନାଶ।


ନିର୍ମୂଳି ପରିକା

        ସ୍ୱଭାବ ମୋହର

ରଖେ ସାଥେ ଯିଏ

          କ୍ଷତି କରେ ତାର।


ନାମଟି ମୋହର

         ଅଟେ ଅହଂକାର

ଜାଣେ ମତେ ପୁଣି

           ସମଗ୍ର ସଂସାର।


ରାଗ, ଦ୍ୱେଷ, ହିଂସା

           ମୋର ପରିଜନ

ହରନ୍ତି ସହସା

        ମନୁଷ୍ଯର ଜ୍ଞାନ।


ବୁଦ୍ଧି ବିବେକକୁ

         ନଷ୍ଟ କରିଦିଏ

ବିଚାର ଶକ୍ତି ଯେ

          ମଣିଷ ହରାଏ।


କେତେ କ୍ଷତିକାର

           'ମୁଁ' ସର୍ବେ ଜାଣନ୍ତି

ତଥାପି ହୃଦୟେ

         ମତେ ଧରିଥାନ୍ତି।


କରନ୍ତି ମଣିଷ

        ନିଜର ବଡିମା

ଭାବନ୍ତି ନିଜକୁ

        ବିଷ୍ଣୁ, ଶିବ, ବ୍ରହ୍ମା।


ଥରେ ଫସିଗଲେ

          ମୋର ମାୟାଜାଲେ

ମିଳେନି ମୁକତି

         ଯେତେ କଷ୍ଟ କଲେ।


ମନଟି ଯାହାର

         ଅଟଇ ପବିତ୍ର

ସମଗ୍ର ସଂସାର

         ଯା'ର ପରିବାର


ମନେ ଚିନ୍ତୁ ଥାଏ

          କେବଳ ଇଶ୍ୱର

ଲୋଭ, ମୋହ, ମାୟା

             ନଥାଏ ଟନ ଯା'ର।


ସେଭଳି ନରକୁ

         ଦୂରୁ ନମସ୍କାର

କରୁଥାଏ ସଦା

         ମୁଁହିଁ ଅହଂକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract