ଚିରା ଚିଠି
ଚିରା ଚିଠି


ବିଞ୍ଚି ହୋଇ ପଡ଼ିଥିବା ଗୋଟେ ଚିରା ଚିଠି
ଏତେ ଟିକିଟିକି ହୋଇ ଚିରା ଯାଇଛି ଯେ
କୌଣସି ଗୋଟିଏ ଟୁକୁରାରେ ବି
ଶବ୍ଦଟିଏ ପୂର୍ଣ୍ଣ ନାହିଁ ,
ତାକୁ ଯୋଡ଼ିବା ବି ମୁସ୍କିଲ ।
ସବୁ ଟୁକୁରାକୁ ତନଖି ତନଖି
ଦୁଇଟି ଶବ୍ଦ ବୁଝିହେଲା ,
ଗୋଟିଏ 'ତୁମେ' ଆରଟି 'ମୁଁ'
ନିଶ୍ଚିତ ପ୍ରେମ ଚିଠିଟିଏ !
ବୋଧହୁଏ ଲେଖିବା ପରେ
ଲେଖିବାବାଲା କି ବାଲୀକୁ
ଚିଠିଟି ଭଲ ଲାଗିନଥିବ ,
ନହେଲେ ଦେବ ଦେବ ଭାବି ଦେଇପାରିନଥିବ
କି ନେବା ବାଲା/ବାଲୀ ନେଇ ନଥିବ ।
ଏମିତି ବି ହୋଇପାରେ ,&n
bsp;
ପଢ଼ିବା ପରେ ରାଗରେ ଚିରା ଯାଇଥିବ ।
ନା ! ରାଗରେ କିଏ ବି
ଏତେ ଟୁକୁରା ଟୁକୁରା କରିବନି ,
କି ଏମିତି ଧିରେ ବି ପକେଇବ ନାହିଁ ।
ନିଶ୍ଚୟ ଲେଖିବାବାଲା/ବାଲୀ
ରାଗରେ ନ ଚିରି
ଆରାମସେ ବସି ଚିରିଛି
ଯେମିତି କେହି ପଢ଼ି ନପାରନ୍ତୁ ।
ସେ ଯାହା ବି ହେଉ
ଏମିତିକା ଚିରା ଚିଠି
ବଞ୍ଚି ହୋଇ ପଡ଼ିଥିବା ଦେଖିଲେ ,
ଭାରି ଜାଣିବାକୁ ଇଚ୍ଛା ହୁଏ
ଚିଠିରେ କ'ଣ ସବୁ ଲେଖା ହୋଇଥିବ ?
ଯୋଡ଼ିବାକୁ ଇଚ୍ଛା ହୁଏ ,
ହେଇପାରିିଲେ ବଡ଼ ଖୁସି ଲାଗେ
ନହେଲେ ବିରକ୍ତି !