ଆସିଛ ତୁମେ ରଜ ପରବ
ଆସିଛ ତୁମେ ରଜ ପରବ


ଆସିଛ ତୁମେ ରଜ ପରବ
ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା
ବରଷକ ଥରେ ରଜ!, ଆସ ତ ତୁମେ
ଏ ବର୍ଷ କାହିଁକି ଆସ ସଂଭ୍ରମେ
କରୋନା କି ଦିଏ ବାଟ ଓଗାଳି
ବାଟ ନାଛାଡିବାକୁ କରେ କି କଳି l
ବସିଥିଲୁ କିନ୍ତୁ ତୁମ ବାଟକୁ ଚାହିଁ
ଫେରିବାକୁ ହେବ ତୁମକୁ ନିରାଶ ହୋଇ
କରି ପାରିବୁନି ତୁମ ଆଦର ସତ୍କାର
କରୋନା ଉପରେ ନାହିଁ ଆମ ଅକ୍ତିଆର l
ରଜ ! ତୁମ ସାଜ ସଜ୍ଜା ରୂପର ସମ୍ଭାର
ଦୂରରୁ ଦେଖି ଖାଲି ହେଉଛୁ ଅଧୀର
ସ୍ପର୍ଶ କରିବାକୁ ତୁମକୁ, ଶକ୍ତି ନାହିଁ ଆମର
କରୋନାର ନାଲି ଆଖି, ରୋକି ଦିଅନ୍ତି ପଥ ଆମର l
ତାର ସହଚର ମାନେ, ଛାଡ଼ନ୍ତିନି ହାତ କାହାର
ଭୁଲିବାକୁ ବସିଲୁଣି, ଯାହା ଥିଲା ଜୀବନେ, ହସ ଖୁସି ଆନନ୍ଦ
କରି ପାରିବକି କିଛି ତୁମେ ଯାଦୁ ମନ୍ତର
ଫେରିଯିବ ଦୂରେ କରୋନା ଦୁରାଚର l
ଆଶା ରଖିଚୁ ଆସନ୍ତା ବରଷକୁ ସଭିଏଁ
ହୁଏତ ହୋଇଯାଇଥିବ ସହଜ ଜୀବନ ଆମ
ତୁମ ସମ୍ଭାଷଣ ପାଇଁ କେତେ ଚିହ୍ନା ମୁଁହର ଅପେକ୍ଷା ଥିବ
କିନ୍ତୁ କିଏ ଥିବ କିଏ ନଥିବ କହି ପାରିବୁନି ଆମେ l
ଲମ୍ବା ହାତର ତା ସଶକ୍ତ ଅଦୃଶ୍ୟ ଶକ୍ତି
ଜାଣୁନା କେବେ ତା କବଳୁ ମିଳିବ ମୁକ୍ତି
ଦେଇ ପାରିବକି ତୁମେ ତାକୁ କିଛି ଶାସ୍ତି
ପଛକୁ ନଚାହିଁ ଥରେ, ଦୂରେଇ ଯାଆନ୍ତା ପାପୀ l