STORYMIRROR

Priyaranjan Biswal

Abstract Fantasy Others

3  

Priyaranjan Biswal

Abstract Fantasy Others

ଅଭିସାରିକା

ଅଭିସାରିକା

1 min
49

 


ଖୋଜୁ ଖୋଜୁ ପ୍ରେମ

ପାଇଲି ପ୍ରେମିକା,

କହି ମିଠାକଥା

ମୋହିନେଲା ମନ

କହିଲା ସେ ମତେ

କରୁଅଛି ପ୍ରେମ।


ରୂପର ସମ୍ଭାର ତା'ର

କଲା ଆକର୍ଷଣ

ନବୁଝି ନସୁଝି

କଲି ପ୍ରେମ ସମ୍ଭରଣ।

ପିଆଇଲା ମତେ

ସେ ପ୍ରେମର ପିଆଲା,

ପ୍ରେମରେ ତା'ର ମୁଁ

ହୋଇଲି ଘାଇଲା।


ଏକାନ୍ତ ନିଶିରେ

ହସିହସି ସିଏ

ତନୁ ତା'ର ଦିଏ ପଖାଳି।

ଯୌବନର ଜ୍ୱାଳା

କେମିତି? 

ପାରିଥାନ୍ତି ମୁଁ ସମ୍ଭାଳି!


ପ୍ରେମର ନିଶାରେ ମୁଁ

ପୁରା ବୁଡିଗଲି,

ତା' ପାଇଁ

ଦୁନିଆକୁ ଭୁଲିଗଲି।

ଏମିତିରେ

ସବୁ ସମୟ ବିତିଲା,

ଦିନେ କିନ୍ତୁ

ମତେ ସିଏ ଧୋକା ଦେଇଗଲା।


ଗଲାବେଳେ

ଖାଲି ଏତିକି କହିଲା

ନଥିଲା କେବେ ସେ

ମୋର ପ୍ରେମିକା।


ପ୍ରେମରେ ପାଇଲି ମୁଁ

ଏତେ ବଡ ଧୋକା,

ତା'ପରେ ବୁଝିଲି

ଅଜବ ଦୁନିଆ ଇଏ,

ଏଠି 

ପ୍ରେମ କଲେ 

ମିଳେନି ପ୍ରେମିକା,

କାରଣ

ପ୍ରେମ କରୁଥାଏ ଆଭିସାରିକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract