ଶିକ୍ଷକ
ଶିକ୍ଷକ


ଶିକ୍ଷକ..
ଏକ ପ୍ରଜ୍ଜ୍ଵଳିତ ପ୍ରଦୀପ /ଏକ ପ୍ରଦୀପ୍ତ ଜ୍ଞାନ
ଜ୍ୟୋତି ତାର ଜାଜ୍ଜ୍ବଲ୍ୟମାନ
ଯାହାର ପ୍ରକାଶରେ
ଘନ ଅନ୍ଧକାର ହୁଏ ଉଭାନ ।
ଶିକ୍ଷକ..
ଏକ ଶିକ୍ଷାୟତନ,
ଶିକ୍ଷା ତାର ଶାଶ୍ବତ ଚିରନ୍ତନ,
ଯାହାର ସେବା ଶୃଙ୍ଖଳାରେ
ଛାତ୍ର ହୁଏ ଗରୀୟାନ।
ଶିକ୍ଷକ..
ଏକ ଅନାହତ ଶ୍ରାବଣ
ଶିଥିଳ ହୃଦୟର ପବିତ୍ର ଶିହରଣ
ଯାହାର ପ୍ରଭାବରେ
ପୁଷ୍କଳ ହୁଏ ଶୁଷ୍କ ପ୍ରାଣ ।
ଶିକ୍ଷକ..
ଏକ ଇଂଞିନିଅର (ଯନ୍ତ୍ରୀ),ରାଷ୍ଟ୍ରନିର୍ମାଣ,
ଜୀବନ ସୌଧର ବଳିଷ୍ଠ ଉପାଦାନ
ଯାହାର ତ୍ୟାଗ, ଚରିତ୍ର ଗଠନରେ
ଦେଶ ହୁଏ ବଳୀୟାନ ।
ଶିକ୍ଷକ..
ଆଜିର ଯୁଗଲାଗି ଏକ ଆହ୍ୱାନ,
କର୍ତ୍ତବ୍ୟ ପ୍ରତି ସମର୍ପଣ
ବଳିଷ୍ଠ ଚରିତ୍ର,
ବିରଳ ଆତ୍ମ ତ୍ୟାଗର ଉଦାହରଣ
ଉତ୍କୃଷ୍ଟ ଶିଷ୍ୟ ପରାୟଣ
ପରାହତ ହେବ ଯେତେ ସଂଚିତ ଅପମାନ
ପୂର୍ବ ସମ୍ପର୍କ ହେବ ସଂସ୍ଥାପନ
ରାଷ୍ଟ୍ର ହେବ ଶ୍ରେଷ୍ଠ ରେ ଆସୀନ ।