STORYMIRROR

Gouranga Patel

Classics

3  

Gouranga Patel

Classics

ଜୀବନ ଯମୁନା

ଜୀବନ ଯମୁନା

1 min
58



ଭାବ ଦରିଆରେ    ଜୀବନ ନଉକା 

    ଦୋହଲି ଦୋହଲି ଭାଷେ, 

ପବନ ହିଲ୍ଲୋଲେ  ତରୀ ର ସଂଯୋଗେ 

    ପ୍ରସରେ ଅକାତ କାତେ (୧)


ନାବିକ ସମାନେ   ମଣିଷ ବାହେ ରେ  

     ଭିଜା ଭିଜା ଆଶା ନେଇ,

ଦୁଃଖ ଆସୁ ଯେତେ  ସୁଖ ଛନ୍ଦି ସାଥେ

     ସଞ୍ଚରେ ଭାଗ୍ୟ ଆଦରି (୨)


କେତେବେଳେ ଏକା  କେବେ ପୁଣି ଧୋକା

     ଜଣା ଅଜଣାଙ୍କ ମେଳେ,

ନିଜ ଦୃଢ ବଳେ     କର୍ମ କରିଚାଲେ     

     ସଂଶୟ ନକରି ତିଳେ (୩)


ଝଡ ଝଞ୍ଜା ଯେତେ  ଆସେ ଯାଏ ବଳେ

     ଜୀବନ ଯମୁନା ରୀତି,

କିଏ ଜିତେ ପୁଣି   କିଏ ହାରିଯାଏ

    ଏଇତ ସଂଶାର ଉକ୍ତି (୪)


ଆଗ ପଛ ଭାବି ମିଛ ମାୟା ଭବେ

    ଗଣି ଗଣି ପାଦ ରଖେ,

ବେଳ ଥାଉ ଥାଉ  ବଢ଼ାଏ ଗତି କୁ 

  ତୀରେ ଉଭା ହେବା ଆଶେ (୫)


ଖୁସି ଖୁସି କାଳ  କାଟୁଥିଲା ବେଳେ

   ମନରେ ଛନକା ଥାଏ,

କେଉଁ ସମୟରେ  ଘଟିବ ଅନର୍ଥ

  କିଏ ଅବା କହିପାରେ (୬)


ଭାଗ୍ୟକୁ ଆଦରି   କର୍ମ କରିଯିବା 

    ଲାଭ କ୍ଷତି ନବିଚାରି,

କରିଥିଲେ ଭଲ  ସୁଫଳ ମିଳିବ

  କାର୍ଯ୍ୟ କଳାପ ହିଁ ସ୍ଥାୟୀ (୭)



Rate this content
Log in

Similar oriya poem from Classics