କାବ୍ୟନାୟକ
କାବ୍ୟନାୟକ
ଉଦଗମରୁ ଉତ୍ତରଣ ଯାଏଁ
ଉଲ୍ଲାସରୁ ଉହୁ ଯାଏଁ
ଉପସ୍ଥିତିରୁ ଉଭାନ ଯାଏଁ
ମନେ ପଡେ, ମନେ ପଡେ ମୋ କାବ୍ୟନାୟକ ।
ଯାହାର ପ୍ରକୃତି ବା ପ୍ରବୃତ୍ତି ସହ ମୁଁ ଅପରିଚିତା
ଯାହାର ସାନିଧ୍ୟ ବା ଉଦାସୀନତାରେ ମୁଁ ଆକ୍ତାମାକ୍ତା,
ଯାହାର ବର୍ତ୍ତମାନ ବା ଅବର୍ତ୍ତମାନରେ ମୁଁ ବିବ୍ରତା |
ପ୍ରଚଣ୍ଡ ପୌରୁଷ ତା' ଜାଜ୍ଜୁଲ୍ୟମାନ ବ୍ୟକ୍ତିତ୍ଵ
ପରିଚୟ ପ୍ରକାରାନ୍ତେ, ପ୍ରକାଶେ ସେ ଅସ୍ତିତ୍ଵ,
ପ୍ରସଙ୍ଗେ ଓ ଅପ୍ରସଙ୍ଗେ ମୁଁ ବିସ୍ତାରେ ତା' ଗୁରୁତ୍ଵ,
କାୟ-ମନ-ବାକ୍ୟରେ ସେଇ ହିଁ ମୋ ସତ୍ୟ ।