ଶବ୍ଦଟିଏ
ଶବ୍ଦଟିଏ


ଶବ୍ଦଟିଏ ପାଲଟନ୍ତି କି କବିତାର
ରୂପଟିଏ ହୁଅନ୍ତି ସ୍ବପ୍ନଲିପିର
ମୂହୁର୍ତ୍ତଟିଏ ହୁଅନ୍ତି ବାସ୍ତବତାର
ଉଦାହରଣଟିଏ ଜୀବନର ।
କବିତା ଭିଜେ ଶବ୍ଦର ବର୍ଷାରେ
ସ୍ୱପ୍ନ ହଜେ ରୂପନେବା ଆଗରୁ
ମୁହୂର୍ତ୍ତ ଖସିଯାଏ ସମ୍ଭାଳୁସମ୍ଭାଳୁ
ଜୀବନ ଧରାପଡ଼େ ଆଶଂକାର ଆବେଷ୍ଟନୀରେ ।
ସ୍ବପ୍ନର ମୂହୁର୍ତ୍ତକୁ
ଶବ୍ଦର ରୂପ ଦେଉଦେଉ
ଅଟକି ଯିବାକୁ ପଡେ
ବେଳେବେଳେ
ଜୀବନର କେଉଁ ଏକ ଅଜଣା ଇଲାକାରେ
ଅବା କେଉଁ କୁଞ୍ଜକାନନରେ ।